Odisha Link
Bridging the Missing Links in Odisha

କମିଲା ବସ ଭଡ଼ା

ଭୁବନେଶ୍ୱର: ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। କାରଣ ଏବେ ରାଜ୍ୟ ସରକାର ବସ ଭଡ଼ା ହ୍ରାସ କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ ବସଭଡ଼ା ୧ ପଇସା କମିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡା ୨ ପଇସା ହ୍ରାସ କରାଯାଇଛି।

ଅର୍ଡିନାରୀ ବସ ଭଡ଼ା ୬୯ରୁ ୬୮ ପଇସା ଓ ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୭୨ ଟଙ୍କାରୁ ୭୧ ଟଙ୍କାରୁ ହ୍ରାସ ପାଇଛି। ସେହିପରି ଡିଲକ୍ସ ବସ ଭଡ଼ା ୯୯ରୁ ୯୭ ପଇସାକୁ ହ୍ରାସ ପାଇଥିବା ବେଳେ ଏସି ଡିଲକ୍ସ ବସ ଭଡ଼ା ୧ଟା ୨୧ ପଇସାରୁ ୧ ଟଙ୍କା ୧୯ ପଇସାକୁ କମ ହୋଇଛି।

Comments are closed.