ଚଳନ୍ତା ବସ୍ରେ ଲାଗିଲା ନିଆଁ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ନନ୍ଦପୁର ନିକଟରେ ବସରେ ନିଆଁ ଲାଗିଥିବା ସୂଚନା ମିଳିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସର ବିଦ୍ୟୁତ ୱାରିଙ୍ଗରୁ ଧୂଆଁ ବାହାରିବାରୁ ଯାତ୍ରୀମାନେ ଭୟଭୀତ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ବସଟି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଆସୁଥିଲା। ହଠାତ୍ ବସ୍ ଭିତରେ ଧୂଆଁ ବାହାରୁଥିବା ଯାତ୍ରୀ ଦେଖିଥିଲେ। ନନ୍ଦପୁର ନିକଟରେ ବସ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ। ଭଦ୍ରକ ଅତିରିକ୍ତ ଏସପି ବିକାଶ ଦାସ ତିହିଡି ଅଞ୍ଚଳରୁ ଫେରୁଥିବା ବେଳେ ଗାଡିରୁ ଧୂଆଁ ବାହାରୁଥିବା ଦେଖି ବସକୁ ଅଟକାଇ ନିଆଁ ଲିଭାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ। ଧୂଆଁରେ ଅଣନିଶ୍ବାସୀ ହୋଇଥିବା ଜଣେ ନାବାଳିକାଙ୍କୁ ତିହିଡି ପୋଲିସ ଉଦ୍ଧାର କରି ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଅତିରିକ୍ତ ଏସପି ବିକାଶ ଦାସ ସୂଚନା ଦେଇଛନ୍ତି।
Comments are closed.