Odisha Link
Bridging the Missing Links in Odisha

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେଡି, ୪ର୍ଥ ପ୍ରାର୍ଥୀ ଦେବା ନେଇ ପ୍ରତିକ୍ରିୟା ରଖିଲେ ସମୀର

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ୪ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀଭାବେ ଘୋଷଣା କରିଛି ବିଜେଡି। ବିଧାନସଭା ସଂଖ୍ୟା ଦୃଷ୍ଟିରୁ ବିଜେଡିର ୩ ପ୍ରାର୍ଥୀ ରାଜ୍ୟସଭା ଯିବା ଏକପ୍ରକାର ନିଶ୍ଚିତ। ୪ର୍ଥ ଆସନ ପାଇଁ ବିଜେଡି ପାଖେ ସଂଖ୍ୟା ନଥିଲେ ସୁଦ୍ଧା ପ୍ରାର୍ଥୀ ନାମ ଘୋଷଣା କରିଛି ବିଜେଡି।

ବିଧାନସଭାରେ କଂଗ୍ରେସ ସଂଖ୍ୟା କମ୍‌ ଥିବା ହେତୁ ରାଜ୍ୟସଭା ପ୍ରାର୍ଥୀ ଦେଇ ପାରିବ ନାହିଁ କଂଗ୍ରେସ। ବିଜେପି ପାଖରେ ସଂଖ୍ୟା ଥିବା ହେତୁ ୪ର୍ଥ ଆସନ ପାଇଁ ଦଳ ପ୍ରାର୍ଥୀ ଦେବ ନା ନାହିଁ ତାହା ଦେଖିବାକୁ ରହିଛି। ଏହାରିମଧ୍ୟରେ ୪ର୍ଥ ପ୍ରାର୍ଥୀ ଦେବା ନେଇ ବିଜେପି ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଦଳ ପ୍ରାର୍ଥୀ ହେବା ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ। ଏବେ ସୁଦ୍ଧା ସେ ନେଇ କୌଣସି ନିଷ୍ପତ୍ତି ଆସିନଥିବା କହିଲେ ସମୀର ମହାନ୍ତି।

Comments are closed.