Odisha Link
Bridging the Missing Links in Odisha

ପୋଲ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ମୁମ୍ବାଇ : ବଲିଉଡ ଆକ୍ସନ ହିରୋ ଅକ୍ଷୟ କୁମାର ନିଜର ଫିଟନେସକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ନିଜକୁ ସୁସ୍ଥ ରଖିବା ପାଇଁ ନୂଆ ନୂଆ ତରିକା ଗହଣ କରିଥାନ୍ତି। କେତେବେଳେ କିକ୍, ବକ୍ସିଂ, ମାର୍ସଲ ଆର୍ଟସ୍ ଶିଖନ୍ତି ତ ଆଉ କେତେବେଳେ ସେ ଭଲିବଲ୍, ସାଇକେଲିଂ ସୁଇମିଙ୍ଗ୍ କରିଥାନ୍ତି । ଅକ୍ଷୟ ଓ୍ବାର୍କଆଉଟ୍ ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ବର୍ତ୍ତମାନ ସେ ଫିଟ୍ ରହିବା ପାଇଁ ପୋଲ୍ ଡ୍ୟାନ୍ସ ଶିଖୁଛନ୍ତି ।

ସେ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ପୋଲ୍ ଡ୍ୟାନ୍ସ ଶିଖୁଛି। ଏହାକୁ ମୁଁ ବହୁତ ଉପଭୋଗ ମଧ୍ୟ କରୁଛି। ପୋଲ ଡ୍ୟାନ୍ସ କରିବା କିଛି ସହଜ କାମ ନୁହେଁ। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୧ରେ ଅକ୍ଷୟଙ୍କୁ ଫିଲ୍ମ ‘ଦେସି ବଏଜ୍’ର ଏକ ଗୀତ ‘ସୁବହ ହୋନେ ନ ଦେ’ରେ ପୋଲ୍ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା।

ତେବେ ତାଙ୍କ ଅଭିନୀତ ସିନେମା ସୂର୍ଯ୍ୟବଂଶି ଚଳିତ ବର୍ଷ ମାର୍ଚ୍ଚ୨୪ ରେ ସିନେମ ପରଦାକୁ ଆସିବ । ସିନେମାରେ ଅକ୍ଷୟଙ୍କ ବ୍ୟତିତ କାଟ୍ରିନା, ଅଜୟ ଦେବଗନ, ରଣବୀର ସିଂ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି ।

Comments are closed.