ଭାରତରେ କରୋନା: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ। ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ମୁମ୍ବାଇ କସ୍ତୁରବା ହସ୍ପିଟାଲରେ ଆଉ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ବ୍ୟକ୍ତ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇ କସ୍ତୁରବା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଭାରତରେ ପୂର୍ବରୁ କର୍ଣ୍ଣାଟକର ଜଣେ ୭୬ ବର୍ଷୀୟ ବୃଦ୍ଧ ଏବଂ ଦିଲ୍ଲୀର ଜନକପୁରୀର ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।