କରୋନା ମୁକାବିଲା: ନବୀନଙ୍କୁ ପ୍ରଶଂସା କଲେ ମୋଦି ଓ ଧର୍ମେନ୍ଦ୍ର
ଭୁବନେଶ୍ବର: କରୋନା ମୁକାବିଲାରେ ଓଡ଼ିଶା ଦେଶରେ ଅଗ୍ରଣୀ ଭୂମିକା ବହନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକ ଉଦାହରଣ ସ୍ଥାପନା କରିଛନ୍ତି। ଆଶା ଅନ୍ୟମାନେ ନବୀନ ବାବୁଙ୍କୁ ଅନୁକରଣ କରିବେ। ଆମ ସମସ୍ତଙ୍କ କ୍ଷୁଦ୍ର ଯୋଗଦାନ କୋଭିଡ୍-୧୯ର ନିରାକରଣ କରିପାରିବ।”
Setting a great example, Chief Minister!
I hope others also emulate Naveen Babu. We all can do our bit in preventing the spread of COVID-19. @Naveen_Odisha #IndiaFightsCorona https://t.co/N3LeLfxdAC
— Narendra Modi (@narendramodi) March 18, 2020
ଅନୁରୂପ ଭାବେ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ତୁଙ୍ଗନେତା ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, “କୋଭିଡ୍-୧୯କୁ ପ୍ରାଥମିକତା ଦେବାରେ ଓ ଏହା ବାବଦରେ ସଚେତନତାର ଗୁରୁତ୍ବକୁ ପ୍ରଚାର କରିବାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ପ୍ରଶାଂସନୀୟ। ଆମେ ସମସ୍ତେ ଏହି ଦୁଃସମୟରେ ଏକାଠି ହୋଇ କରୋନା ଭୂତାଣୁକୁ ପରାଜିତ କରି ଭାରତକୁ ସଶକ୍ତ କରିବା।”
Commendable efforts by CM Odisha Shri @Naveen_Odisha ji in highlighting the importance of awareness and prioritising prevention against #Covid19. By coming together in these troubled times, we are strengthening India's fight to contain and defeat the virus. #IndiaFightsCorona https://t.co/wFEXyQeJ87
— Dharmendra Pradhan (@dpradhanbjp) March 18, 2020
Comments are closed.