Odisha Link
Bridging the Missing Links in Odisha

ମାର୍ଚ୍ଚ ୩୧ ଯାଏଁ ଓଡ଼ିଶାରେ ଶୁଟିଂ ବନ୍ଦ

ଭୁବନେଶ୍ବର: କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସମସ୍ତ ଶୁଟିଂ ବନ୍ଦ ପାଇଁ ଉପଦେଶ ଜାରି କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୧୯ ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାର ଚଳଚ୍ଚିତ୍ର, ଟେଲି ଧାରବାହିକ, ଟିଭି କାର୍ଯ୍ୟକ୍ରମ ଓ ଓ୍ବେବ୍‌ ଧାରବାହିକ ଆଦି ଶୁଟିଂ ନକରିବା ଲାଗି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓ) ପରାମର୍ଶ ଦେଇଛନ୍ତି

ଓଏଫ୍‌ଡିସି ପରିଚାଳନା ନିର୍ଦ୍ଦେଶକ ନୀତିନ ଜାଉଲେଙ୍କ ଦସ୍ତଖତରେ ଆସିଥିବା ଏ ନିର୍ଦ୍ଦେଶିକାରେ ଶୁଟିଂ ନ କରିବା ଲାଗି ସମସ୍ତ ପ୍ରଯୋଜକ, ନିର୍ଦ୍ଦେଶକ ଓ ସ୍ବାଧୀନ ସିନେନିର୍ମାତାମାନଙ୍କୁ ଅନୁରୋଧ କରାଯାଇଛି। ତେବେ ରାଜ୍ୟରେ କରୋନା କଟକଣା ଏପ୍ରିଲ ୧୫ ତାରିଖ ଯାଏଁ ବୃଦ୍ଧି କରାଯାଇଥିବା ବେଳେ ଶୁଟିଂ କଟକଣା ମାର୍ଚ୍ଚ ୩୧ ଯାଏଁ ରହିଛି।

Comments are closed.