Odisha Link
Bridging the Missing Links in Odisha

ୟେସ ବ୍ୟାଙ୍କ ମାମଲା: ଅନୀଲ ଅମ୍ବାନୀଙ୍କୁ ଇଡିର ଜେରା

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନୀ ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ ବ୍ୟାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ଏହି ମାମଲାରେ ଅନୀଲ ଅମ୍ବାନୀଙ୍କ ନାଁ ସାମ୍ନାକୁ ଆସିବାରୁ ତାଙ୍କୁ ହାଜର ପାଇଁ ଇଡି ନୋଟିସ କରିଥିଲା। ଇଡିର ନୋଟିସ୍‌ ପାଇ ଆଜି ଅନୀଲ ଅମ୍ବାନୀ ମୁମ୍ବାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଇଡି ୟେସ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ଜେରା କରିଛି। ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ୟେସ ବ୍ୟାଙ୍କ ଠାରୁ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଋଣ ନେଇଥିଲା। ଏ ସଂକ୍ରାନ୍ତରେ ହିଁ ତାଙ୍କୁ ଜେରା କରାଯାଇଛି।

ସୂଚନାଯୋଗ୍ୟ, ୟେସ୍‌ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ପଦାକୁ ଆସିବା ପରେ ଇଡି ଓ ସିବିଆଇ ଏବେ ମିଳିତ ଭାବେ ଏହାର ତଦନ୍ତ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବର୍ତ୍ତମାନ ଋଣ ଭାରରେ ବୁଡ଼ି ରହିଥିବା ଅନୀଲ ଅମ୍ବାନୀ ତାଙ୍କ ଗ୍ରୁପ୍‌କୁ ବ୍ୟାଙ୍କ ଋଣ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ସତ୍ତ୍ୱେ ଅନୀଲ ଅମ୍ବାନୀ ଓ ତାଙ୍କ ରିଲାଏନ୍ସ ଗ୍ରୁପ୍‌ ୟେସ୍‌ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ହାତେଇବାରେ ସମର୍ଥ ହେବା ସହ ୟେସ୍‌ ବ୍ୟାଙ୍କରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିଲେ।

Comments are closed.