Odisha Link
Bridging the Missing Links in Odisha

ନିର୍ଭୟା ମାମଲା : ପଓ୍ବନର କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ଗତକାଲି ୪ ନିର୍ଭାୟା ଦୋଷୀଙ୍କୁ ଫାଶୀ ହେବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପଓ୍ବନର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ୬ଜଣିଆ ଖଣ୍ଡପୀଠ ପଓ୍ବନର କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି।

ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତା ନିଜ କ୍ୟୁରେଟିଭ ପିଟିସନରେ ଦର୍ଶାଇଥିଲା ଯେ, ଘଟଣା ସମୟରେ ସେ ନାବାଳକ ଥିଲା। ଏହା ପୂର୍ବରୁ ଦୋଷୀ ପଓ୍ବନ ସୁପ୍ରିମକୋର୍ଟରେ ପୁର୍ନବିଚାର ଆବେଦନ ଦାଖଲ କରିଥିଲା। ସେ ସମୟରେ ମଧ୍ୟ ଅପରାଧ ବେଳେ ସେ ନାବାଳକ ଥିବା ନେଇ ଦର୍ଶାଇ ଡେଥ୍ ଓ୍ବାରେଣ୍ଟକୁ ଖାରଜ ପାଇଁ ଆବେଦନ କରିଥିଲା। ମାତ୍ର ସୁପ୍ରିମକୋର୍ଟ ପଓ୍ବନର ଏହି ଆବେଦନକୁ ଖାରଜ କରିଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୫ ତାରିଖରେ ଟ୍ରାଏଲ କୋର୍ଟ ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ୫ଟା ୩୦ମିନିଟ୍‌ରେ ଫାଶୀ ପାଇଁ ଚତୁର୍ଥ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ନିର୍ଭୟା ମାମଲାରେ ଚାରି ଦୋଷୀ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂ (୩୧)ଙ୍କୁ ଫାଶୀ ଦିଆଯିବ। ଏହା ପୂର୍ବ ତିନୋଟି ଡେଥ୍ ୱାରେଣ୍ଟକୁ ଦୋଷୀମାନେ ବିଭିନ୍ନ ଆଇନଗତ ପ୍ରକ୍ରିୟା ଦ୍ବାରା ଟାଳି ଦେଇଥିଲେ।

Comments are closed.