Odisha Link
Bridging the Missing Links in Odisha

୨.୭୦ କୋଟିର ଧଳା ଜହର ଜବତ

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ବଡ଼ ସଫଳତା। ୨କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସର ସ୍ପେଶାଲ ଟାକ୍ସ ଫୋର୍ସ। ମୋଟ ୨ କେଜି ୭୦୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ପୃଥକ ପୃଥକ ସ୍ଥାନରେ ଚଢଉ କରି ଏହି ବ୍ରାଉନସୁଗାର ଜବତ କରିଥିବା ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତକାଲି ବାଲେଶ୍ଵର ନୀଳଗିରିରେ ଚଢ଼ାଉ କରି ଏସଟିଏଫକୁ ଏହି ସଫଳତା ମିଳିଥିବା କହିଛନ୍ତି ପୋଲିସ ଡିଜି।

ବାଲେଶ୍ୱରକୁ କେମିତି ଆସୁଛି ବ୍ରାଉନସୁଗାର ସେନେଇ ଅନ୍ୟ ରାଜ୍ୟର ପୋଲିସ ସହ ଯୋଗାଯୋଗ କରାଯାଇଛି। ଗତ ୪ବର୍ଷ ଭିତରେ ରାଜ୍ୟ ପୋଲିସ ମୋଟ ୬ କିଲୋ ରୁ କମ ବ୍ରାଉନସୁଗର ଜବତ ହୋଇଥିବା ବେଳେ, ଚଳିତ ବର୍ଷ ୩ ମାସ ମଧ୍ୟରେ ରେ ୬ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଧରିବାରେ ସଫଳ ହୋଇଛି ଏସଟିଏଫ୍ ବୋଲି କହିଛନ୍ତି ପୋଲିସ୍ ଡିଜି।

Comments are closed.