Odisha Link
Bridging the Missing Links in Odisha

କରୋନା: ୧୬୮ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: କରୋନା ପାଇଁ ୧୬୮ ଟ୍ରେନ୍‌ ବାତିଲ୍‌ କରିଛି ଭାରତୀୟ ରେଳବାଇ। ମାର୍ଚ୍ଚ ୨୦ରୁ ୩୧ ମଧ୍ୟରେ ଚାଲିବାକୁ ଥିବା ୧୬୮ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ବହୁ ସଂଖ୍ୟାରେ ଯାତ୍ରୀମାନେ ଯାତ୍ରା ବାତିଲ୍‌ କରିଥିବାରୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। କରୋନା ଯୋଗୁଁ ଗୋଟିଏ ସପ୍ତାହରେ ଭାରତୀୟ ରେଳବାଇର ପ୍ରାୟ ୪୫୪ କୋଟି ଟଙ୍କା କ୍ଷତି ହୋଇଛି। ରେଳ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତବର୍ଷ ଏହି ସମୟ ତୁଳନାରେ ଏ ବର୍ଷ ଯାତ୍ରୀଙ୍କ ସଂଖ୍ୟା ୬.୯ ନିୟୁତ ହ୍ରାସ ପାଇଛି। କେବଳ ଗତ ସାତ ଦିନ ମଧ୍ୟରେ ଯାତ୍ରୀସଂଖ୍ୟା ୪୫% ହ୍ରାସ ପାଇଛି।

କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ କମ୍‌ ସଂଖ୍ୟକ ଯାତ୍ରୀ ହେବାରୁ ଗତକାଲି ୯୯ଟି ଟ୍ରେନ୍‌ ବାତିଲ କରାଯାଇଥିଲା ଏବଂ ମଙ୍ଗଳବାର ଦିନ ମଧ୍ୟ ୮୫ଟି ଟ୍ରେନ୍‌ ବାତିଲ କରାଯାଇଥିଲା। ମୁଖ୍ୟତଃ ପଶ୍ଚିମ ଓ କେନ୍ଦ୍ରୀୟ ଲାଇନ୍‌ରେ ଚଳାଚଳ କରୁଥିବା ରେଳଗାଡ଼ିର ଯାତ୍ରୀମାନେ ଅଧିକ ସଂଖ୍ୟାରେ ଟିକେଟ୍‌ ବାତିଲ କରୁଥିବା କଥା ଜଣାପଡ଼ିଛି। ଗତ ବର୍ଷ ଏହି ସମୟ ତୁଳନାରେ ଏ ବର୍ଷ ଟିକେଟ୍‌ ବାତିଲ ହାର ୮୦%କୁ ବୃଦ୍ଧି ପାଇଛି ବୋଲି ରେଳ ମନ୍ତ୍ରାଳୟ କହିଛି।

Comments are closed.