Odisha Link
Bridging the Missing Links in Odisha

କରୋନା ପ୍ରଭାବ: ସେୟାର ବଜାରରେ ସାମାନ୍ୟ ସୁଧାର, ସେନସେକ୍ସ-ନିଫ୍ଟିରେ ଅସୁଲି

ମୁମ୍ବାଇ: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ସେହିଭଳି କରୋନା ଭାଇରସର ପ୍ରଭାବ ସେୟାର ବଜାରରେ ପରିଲିଖିତ ହୋଇଛି। ଆଜି ଗୁରୁବାର କାରବାର ଆରମ୍ଭରେ ସେନସେକ୍ସ ୧୬ ଶହ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫଟି ୩ ଶହ ପଏଣ୍ଟ କମିଛି । କିଛି ସମୟ ପରେ ଏହି ସେନସେକ୍ସ ୨ ହଜାର ପଏଣ୍ଟ କମିଯାଇଥିଲା । ଆଉ ନିଫଟି ବି ୫୭୫ ପଏଣ୍ଟ କମି ୮ ହଜାର ତଳକୁ ବି ଚାଲିଯାଇଥିଲା । କାରବାରର ପ୍ରଥମ ୧୫ ମିନିଟରେ ବିଏସଇ ଇଣ୍ଡେକ୍ସସରେ ସବୁ ସେୟାର ରେଡ୍ ଜୋନରେ ଥିଲେ । ଚଳିତ ସପ୍ତାହରେ ସେନସେକ୍ସ ୫ ହଜାପ ପଏଣ୍ଟରୁ ଅଧିକ ଖସିଲାଣି । ନିଫଟି ବି ୧୫ ଶହ ପଏଣ୍ଟ ହ୍ରାସ ହେଲାଣି । ଖବର ଲେଖା ହେବା ସୁଦ୍ଧା ସୁଧାରରେ ସାମାନ୍ୟ ସୁଧାର ଆସିଥିବା ପରିଲିଖିତ ହୋଇଛି।

ସାଢେ ୧୧ଟା ୩୦ ମିନିଟରେ ଶେୟାର ବଜାରରେ ସୁଧାର ଆସିବାର ପରିଲିକ୍ଷିତ ହୋଇଛି। ସେନସେକ୍ସ ୫୮୫.୦୧ ପଏଣ୍ଟ ଖସି ୨୮,୨୮୪.୫୦ ପଏଣ୍ଟରେ ଆସି ପହଞ୍ଚିଛି। ସେହିପରି ଏନଏସଇର ନିଫଟି ୨୫୨.୫୫ ପଏଣ୍ଟ ଖସି ୮,୨୧୬.୨୫ ପଏଣ୍ଟରେ ଆସି ପହଞ୍ଚିଛି।

ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳରେ ବଡ ଧରଣର ହ୍ରାସ ଘଟିଛି। ପ୍ରାୟ ୨୩ ପ୍ରତିଶତ କମିଛି ତୈଳଦର । ୧୭ ବର୍ଷରେ ଏହା ସବୁଠାରୁ କମ ବୋଲି କୁହାଯାଉଛି। କରୋନା ଓ ଋଷିଆ-ସାଉଦି ଆରବ ମଧ୍ୟରେ ତୈଳ ବିକ୍ରି ପାଇଁ ପ୍ରତିଯୋଗିତା ମଧ୍ୟରେ ତୈଳ ଦରରେ ଏଭଳି ବଡ ଧରଣର ହ୍ରାସ ପାଇଛି । ଗତ କିଛି ଦିନ ମଧ୍ୟରେ ତୈଳ ଦରରେ ଏଭଳି ହ୍ରାସ ଦେଖିବାକୁ ମିଳିଛି ।

Comments are closed.