Odisha Link
Bridging the Missing Links in Odisha

ଲୋକସଭା: ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଉଠିଲା ଦାବି

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଜନସଂଖ୍ୟା ବୃଦ୍ଧି ପାଉଛି। ଅପରପକ୍ଷେ totalଲୋକସଭାରେ ବିଜେପି ସାଂସଦ ଜନସଂଖ୍ୟା ବୃଦ୍ଧିକୁ ବଡ଼ ସମସ୍ୟା ଦର୍ଶାଇ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍‌ ଆଣିବାକୁ ଦାବି କରିଛନ୍ତି। ବିଜେପି ସାଂସଦ ସଞ୍ଜୟ ସେଠ୍ କହିଛନ୍ତି ଯେ, ଜନସଂଖ୍ୟା ବୃଦ୍ଧି ଦେଶରେ ଏକ ମହାମାରୀ ରୂପେ ଉଭା ହୋଇଛି। ଏହି ପ୍ରରୀପେକ୍ଷୀରେ କଠୋର ଆଇନ ପ୍ରଣୟନ କରିବା ଉଚିତ ବୋଲି କହିଛନ୍ତି ସାଂସଦ ଶ୍ରୀ ସେଠ୍। ଏଥିସହିତ ଯେଉଁ ବ୍ୟକ୍ତିଙ୍କ ୨ରୁ ଅଧିକ ପିଲା ଥିବ ତାଙ୍କୁ ସମସ୍ତ ସରକାରୀ ସୁବିଧାରୁ ବାଦ ଦେବାକୁ ଦାବି କରିଛନ୍ତି ସାଂସଦ। ସାଂସଦଙ୍କ ଏଭଳି ଦାବିକୁୁ କିଛି ସାଂସଦ ସମର୍ଥନ କରିଛନ୍ତି।

ଶୁନ୍ୟକାଳରେ ସାଂସଦ କହିଛନ୍ତି ଯେ, ଯଦି ଦେଶରେ ଏଭଳି ମାତ୍ରାରେ ଜନସଂଖ୍ୟା ବୃଦ୍ଧି ପାଏ ତେବେ ୨୦୫୦ ବେଳକୁ ଜନସଂଖ୍ୟା ୧୬୦ କୋଟି ଟପିଯିବ। ଜନସଂଖ୍ୟା ବୃଦ୍ଧି ହେତୁ ଦେଶର ବିକାଶ ପ୍ରଭାବିତ ହେଉଛି। ଏଥିପାଇଁ ସରକାରଙ୍କୁ ସେଚତନ ରହିବା ଦରକାର ଓ କଠୋର ଆଇନ ଆଣିବା ଦରକାର ବୋଲି ସାଂସଦ ସଞ୍ଜୟ ସେଠ୍‌ କହିଛନ୍ତି।

ସୂଚନାଥାଉକି, ୨୦୧୭ ମସିହା ସୁଦ୍ଧା ଭାରତର ମୋଟ ଜନସଂଖ୍ୟା ମୋଟ ୧୩୩ କୋଟି ୯୨ ଲକ୍ଷ ରହିଛି।

Comments are closed.