କରୋନା: ଏକାଠି ହୋଇ ପାରିବେନି ୭ରୁ ଅଧିକ ଲୋକ

ଭୁବନେଶ୍ବର: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏଥି ସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କରିବା ପାଇଁ ଓଡିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା ମୁତାବକ ୭ ଜଣରୁ ଅଧିକ ଲେକ ଏକାଠି ହୋଇ ପାରିବେ ନାହିଁ। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ସମସ୍ତ ବଜାର, ମାର୍କେଟ କମ୍ପେକ୍ସରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରିହେବ। କଫି ସପ୍, ରେଷ୍ଟୁରାଣ୍ଟ, ବାର୍, କ୍ୟାଣ୍ଟିନ୍ ଆଦି ବନ୍ଦ ରହିବ। ସେହିପରି ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ।
ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୨୦ ରାଜ୍ୟକୁ କରୋନାରେ ବ୍ୟାପିବା ସହ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ସୁସ୍ଥ ହୋଇ ଡିସ୍ ଚାର୍ଜ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ରବିବାର ଦିନ ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।