Odisha Link
Bridging the Missing Links in Odisha

ମାଲକାନଗିରିରେ ଭୂମିକମ୍ପ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାରେ ଅନୁଭବ ହେଲା ମୃଦୁ ଭୂମିକମ୍ପ। ଜିଲ୍ଲାର ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ରହିଛି ବୋଲି ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଏହି ଭୂମିକମ୍ପର କେନ୍ଦ୍ର ଦକ୍ଷିଣ – ପଶ୍ଚିମ ଜଗଦଲପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଜି ଦିନ ୧୧ଟା ୧୫ ମିନିଟ୍‌ ସମୟରେ ଦୁଇ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିଯୋଗୁ କିଛି ଘରର କାନ୍ଥ ଫାଟି ଯାଇଛି। ସ୍ଥାନୀୟ ଅଞ୍ଚଳରେ ଭୂମିକମ୍ପ ଅନୁଭବ ହେବା ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ଲୋକମାନେ ଘରୁ ବାହାରି ଖାଲିସ୍ଥାନକୁ ଚାଲିଆସିଥିଲେ। ଭୂମିକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଥିଲା।

Comments are closed.