Odisha Link
Bridging the Missing Links in Odisha

ଜନତା କର୍ଫ୍ୟୁ: କାଲି ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ରରିପେକ୍ଷୀରେ ଆସନ୍ତାକାଲି ରାଜ୍ୟ ତମାମ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ। ସୂଚନାଥାଉକି, ରାଜ୍ୟରେ ପ୍ରାୟ ୧୩ରୁ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି।

ବସ୍‌ ଚଳାଚଳ ବନ୍ଦ ଯୋଗୁ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏଥିଯୋଗୁ ବହୁ କ୍ଷତି ହେବ। ହେଲେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

କରୋନା ମୁକାବିଲା କରିବାକୁ ଯାଇ ରବିବାର ଜନତା କର୍ଫ୍ୟୁ ଲଗାଯାଇଛି। ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ଏହି ଲାଗୁ ହେବ। ଦେଶବାସୀଙ୍କୁ ସମ୍ବୋଧନ କରି ଏହି କର୍ଫ୍ୟୁ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ମୋଦି।

Comments are closed.