କରୋନା: ଗୋଟିଏ ପରିବାରର ୭ ଆକ୍ରାନ୍ତ, ୪ ମୃତ

ଓଏଲ୍ ବ୍ୟୁରୋ: କରୋନା ଭୂତାଣୁ ଦ୍ବାରା ଗୋଟିଏ ପରିବାରର ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିରେ।
ଏହି ପରିବାରର ବରିଷ୍ଠ ମହିଳା ଗ୍ରେସ୍ ଫୁସ୍କୋ (୭୦) ମୃତୃୁବରଣ କରିଥିବା ବେଳେ ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ମଧ୍ୟ କରୋନା ଭୂତାଣୁ ପ୍ରଭାବରେ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଜଣ ପରିବାର ସଦସ୍ୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଉ ଜଣେ କରୋନା ଆକ୍ରାନ୍ତଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଛି।
ପରିବାରର ଅନ୍ୟ ୧୯ ଜଣ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସମସ୍ତଙ୍କୁ ଏକାନ୍ତବାସରେ ରଖାଯାଇ ସେମାନଙ୍କ ରକ୍ତ ଓ ସ୍ବାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି।