Odisha Link
Bridging the Missing Links in Odisha

ଟ୍ରେନ ସଫା କଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ଭୂତାଣୁକୁ ନେଇ ଭୟ ଓ ସତର୍କତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ଡରରେ ସମସ୍ତଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘରେ ରହିବାକୁ ଏବଂ ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ କୁହାଯାଇଛି ।

ତେବେ ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଟ୍ରେନ ଭିତରେ ରହି ସିଟ୍ ସଫା କରୁଥିବା ଦେଖିବାକୁ ମିଳିଛି । ହୁଏତ ରବିନାଙ୍କୁ ଜୀବନରେ ପ୍ରଥମ ଥର ଏଭଳି କାମ କରିବାକୁ ପଡ଼ିଛି। କିନ୍ତୁ ଏହା ଆଜିର ପରିସ୍ଥିତିରେ ନିହାତି ଆବଶ୍ୟକ। ସେ ମୁହଁରେ ମାସ୍କ ପିନ୍ଧି ହାତରେ ପୋଛା କପଡ଼ା ଖଣ୍ଡେ ଧରି ରବିନା ଟ୍ରେନ ସିଟ୍ ସଫା କରୁଛନ୍ତି।

https://www.instagram.com/p/B986TwbnvF3/

ଭିଡିଓଟି ଶେୟାର କରି ରବିନା ଲେଖିଛନ୍ତି, “ଟ୍ରେନ ଚାଲିବା ପୂର୍ବରୁ ଓଦା କପଡ଼ା ଏବଂ ସାନିଟାଇଜରରେ ସିଟକୁ ସଫା କରୁଛି, ଯାହା ଦ୍ୱାରା ଆମେ ସହଜ ଅନୁଭବ କରିପାରିବୁ । ସନ୍ତାପ କରିବା ଅପେକ୍ଷା ସୁରକ୍ଷିତ ରହିବା ଭଲ । ଅତ୍ୟାବଶ୍ୟକ ହେଲେ ହିଁ ଯାତ୍ରା କରନ୍ତୁ ଏବଂ ଯେପରି ନିଜେ ନିଜର ଏବଂ ଆଖ ପାଖର ଲୋକଙ୍କ ପାଇଁ ସାବଧାନତା ଏବଂ ସତର୍କତା ପ୍ରତି ସର୍ବପ୍ରଥମେ ଧ୍ୟାନ ରଖନ୍ତୁ।”

ସୂଚନା ଥାଉ କି, ସାରା ଦୁନିଆ ଏବେ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରାଣପଣେ ଚେଷ୍ଟା ଚାଲିଇଛି । ଏଣୁ ସମସ୍ତ ପ୍ରକାର ଜନସମାଗମକୁ ବନ୍ଦ କରାଯାଇଛି । ସମସ୍ତ ଶୁଟିଂ ଓ ରିଲିଜକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖିଦିଆଯାଇଛି।

Comments are closed.