୮୦ କୋଟି ଲୋକଙ୍କୁ ୩ ମାସ ଯାଏଁ ମାଗଣା ରାସନ୍

ନୂଆଦିଲ୍ଲୀ: କରୋନା ପାଇଁ ଦେଶ ଲକ୍ଡାଉନ୍ ଥିବା ବେଳେ କେନ୍ଦ୍ର ସରକାର ଆଜି ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଦେଶର ୮୦ କୋଟି ଲୋକଙ୍କୁ ଆଗାମୀ ୫ ମାସ ଯାଏଁ ମାଗଣା ରାସନ୍ ଦେବେ କେନ୍ଦ୍ର ସରକାର। ଏ ନେଇ ବିସ୍ତୃତ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମାସକୁ ୫ କିଲୋଗ୍ରାମ୍ ଚାଉଳ/ଗହମ ସାଙ୍ଗକୁ ଏକ କେଜି ଡାଲି ଦେକେ କେନ୍ଦ୍ର ସରକାର। ଏଥିପାଇଁ ଏହି ଯୋଜନାରେ ୧.୭ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର।
ଏହା ସହ MNREGA ଯୋଜନାରେ ପୂର୍ବରୁ ଥିବା ଦୈନିକ ୧୮୨ ଟଙ୍କା ମଜୁରୀକୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ବାରା ୫ କୋଟି ପରିବାର ଉପକୃତ ହେବେ ବୋଲି ନିର୍ମଳା କହିଛନ୍ତି।
କରୋନା ଭୂତାଣୁ ସଂକ୍ରମଣ ସମୟରେ ସ୍ବାସ୍ଥ୍ୟକର୍ମୀମାନେ ସବୁଠାରୁ ସ୍ପର୍ଶକାତର ପରିବେଶରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବୀମା ଘୋଷଣା କରିଛନ୍ତି ନିର୍ମଳା। ପ୍ରତି ସ୍ବାସ୍ଥ୍ୟକର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରାଯାଇଛି। ଏଥିରେ କରୋନା ଯୁଦ୍ଧରେ ସାମିଲ ଡାକ୍ତର, ପାରାମେଡିକ କର୍ମଚାରୀ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ରଖାଯାଇଛି।
Comments are closed.