Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ: ଓଡ଼ିଆଙ୍କୁ ସୁରକ୍ଷା ଦିଅ

ଭୁବନେଶ୍ବର: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେସବୁ ରାଜ୍ୟରେ ଯଦି ଓଡ଼ିଆ ବ୍ୟକ୍ତି କେଉଁଠି ହଇରାଣରେ ଅଟକି ରହିଥାଆନ୍ତି ତେବେ ଏ ନେଇ ସୂଚନା ଦେବାକୁଚିଠିରେ ଅନୁରୋଧ କରିଛନ୍ତି ନବୀନ। ଓଡ଼ିଆମାନଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

ଚିଠିରେ ନବୀନ ଲେଖିଛନ୍ତି ଯେ ଏ ବାର୍ତ୍ତା ରାଜ୍ୟମାନଙ୍କର ଜିଲ୍ଲାପାଳମାନଙ୍କୁ ଜଣାନ୍ତୁ। ଯଦି ଓଡ଼ିଆମାନେ କେଉଁଠି ହଇରାଣ ହେଉଥାଆନ୍ତି ତେବେ ସେମାନଙ୍କୁ ଖାଦ୍ୟ, ବାସସ୍ଥଳ ଓ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଯାହା ଖର୍ଚ୍ଚ ହେବ ଓଡ଼ିଶା ସରକାର ବହନ କରିବାକୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ସହ ରାଜ୍ୟର କୌଣସି ବି ସ୍ଥାନରେ ଅସୁବିଧାରେ ଥିବା ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ସମାନ ଆବଶ୍ୟକତା ଯୋଗାଇଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଖର୍ଚ୍ଚ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଭରଣା କରାଯିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

Comments are closed.