Odisha Link
Bridging the Missing Links in Odisha

କରୋନା ମୁକାବିଲା: ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା କରିବା ପାଇଁ ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୋନାକୁ ନେଇ ଦେଶର ଅର୍ଥନୀତି ଖରାପ ସ୍ଥିତିରେ ଚାଲିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି ବଡ଼ ଘୋଷଣା। ଆଜି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

ମହାମାରୀ କରୋନା ସହିତ ଯେଉଁ ଲଢ଼େଇ କରୁଛନ୍ତି ଦେଶବାସୀ ସେ ମଧ୍ୟରୁ ସବୁଠାରୁ ବଡ ଭୂମିକା ନିଭାଉଛନ୍ତି ସ୍ବାସ୍ଥ୍ୟକର୍ମୀ ମାନେ। କରୋନା ସହ ଲଢ଼େଇ କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୋଦି ସରକାର ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କୋଭିଡ୍‌ ଯୋଦ୍ଧା ନାଁରେ ନାମିତ କରିଛନ୍ତି। ଏହି ବୀମାର ଫାଇଦା ଡାକ୍ତର, ନର୍ସଙ୍କ ଠାରୁ ଆରମ୍ଭ କରି ଆଶାକର୍ମୀ ଓ ସଫେଇ କର୍ମୀ ଉଠାଇ ପାଇପାରିବେ। ଏହାଦ୍ୱାରା ପ୍ରାୟ ୨୦ ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀ ଲାଭବାନ ହେବେ।

Comments are closed.