Odisha Link
Bridging the Missing Links in Odisha

କରୋନା : ୧.୭୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଗରିବ ଓ ଦିନ ମଜୁରିଆମାନେ ବହୁ ସମସ୍ୟାରେ ପଡୁଛନ୍ତି। କାମକୁ ଯାଇପାରୁ ନ ଥିବାରୁ ଖାଦ୍ୟ ଏବଂ ଅର୍ଥ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ନାମରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଫଳରେ ଦେଶର ୮୦ କୋଟି ଗରିବଙ୍କୁ ୩ ମାସ ଯାଏ ମୁଣ୍ଡ ପିଛା ଅତିରିକ୍ତ ୫ କି.ଗ୍ରା. ଗହମ ଅଥବା ଚାଉଳ ଏବଂ ୧ କି.ଗ୍ରା. ଡାଲି ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଉଜ୍ଜଳା ଯୋଜନାରେ ୮ କୋଟି ବିପିଏଲ୍ ପରିବାରକୁ ତିନି ମାସ ପର୍ଯ୍ୟନ୍ତ ମାଗଣା ଓ ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରାଯିବ। ୨୦ କୋଟି ମହିଳାଙ୍କ ଖାତାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ପ୍ରତି ମାସ ପ୍ରତି ଦିଆଯିବ। ଏହି ରାଶି ଜନଧନ ଖାତାରେ ଜମା ହେବ। ଏଥିସହିତ ମହାମାରୀ କରୋନାର ମୁକାବିଲା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମଧ୍ୟ ଘୋଷଣା କରିଛନ୍ତି ସରକାର। ୫୦ ଲକ୍ଷ ଟଙ୍କାର ଜୀବନବୀମା ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

Comments are closed.