Odisha Link
Bridging the Missing Links in Odisha

ସୁଧୁରୁନାହାନ୍ତି ଧର୍ମାନ୍ଧ: ଭବ୍ୟ ରାମନବମୀ ସମାରୋହରେ ୨ ତେଲେଙ୍ଗାନା ମନ୍ତ୍ରୀ

ହାଇଦ୍ରାବାଦ: ଦିଲ୍ଲୀର ନିଜାମୁଦ୍ଦିନ ଦରଘାରେ ମର୍କାଜା ଉତ୍ସବ ପରେ ବ୍ୟାପକ କରୋନା ସଂକ୍ରମଣ ଦେଶରେ ଭୟର ବାତାବରଣ ଜାରି ରଖିଥିବା ବେଳେ ପୁଣି ଧର୍ମରେ ଅନ୍ଧ ହୋଇ କଟକଣାକୁ ଆଖିଠାର ମାରିଛନ୍ତି ତେଲେଙ୍ଗାନାର ଦୁଇ ମନ୍ତ୍ରୀ। ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ଆଜି ଏହି ଦୁଇ ମନ୍ତ୍ରୀ ରାମନବମୀ ସମାରୋହ ଆୟୋଜନ କରି ବିବାଦ ଘେରକୁ ଆସିଛନ୍ତି।

ଭଦ୍ରାଚଳମ୍‌ ଠାରେ ଥିବା ଶ୍ରୀ ସୀତାରାମଚନ୍ଦ୍ର ସ୍ବାମୀ ମନ୍ଦିରରେ ଭବ୍ୟ ରାମ ନବମୀ ପାଳନ ଉତ୍ସବରେ ଆଜି ତେଲେଙ୍ଗାନା ଦୁଇ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଅଲ୍ଲୋଲା ଇନ୍ଦ୍ରକରଣ ରେଡ୍ଡୀ ଓ ପୁଭ୍ଭାଡ଼ା ଅଜୟ କୁମାର ଯୋଗ ଦେଇଥିଲେ। ସେମାନଙ୍କ ସହ ସେମାନଙ୍କର ପତ୍ନୀ ଓ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ମଧ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା। ମନ୍ତ୍ରୀଙ୍କ ସହ କିଛି ପୁଲିସ କର୍ମୀ ମଧ୍ୟ ମନ୍ଦିରରେ ନଜର ଆସିଥିଲେ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରରାଓଙ୍କ ବାରମ୍ବାର ଅନୁରୋଧ ଓ ବାରଣ ସତ୍ତ୍ବେ ଶ୍ରୀ ସୀତାରାମଚନ୍ଦ୍ର ସ୍ବାମୀ ମନ୍ଦିରରେ ଆଜି ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଲକ୍‌ଡାଉନ୍‌ କଟକଣା ସମୟରେ ପ୍ରଶାସନ କିଭଳି ଏତେବଡ଼ ଉତ୍ସବ ଆୟୋଜନର ଅନୁମତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଉଭୟ ମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି।

ସରକାରୀ ସୂତ୍ରରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନଥିଲେ ହେଁ, ଏହି ମନ୍ଦିରରେ ରାମନବମୀ ପାଳନର ପରମ୍ପରା ୧୦୦୦ ବର୍ଷରୁ ଅଧିକ ପୁରୁଣା ଓ ପରମ୍ପରା ରକ୍ଷା କରି ଏଠାକୁ ତେଲେଙ୍ଗାନା ସରକାର ମନ୍ତ୍ରୀମାନଙ୍କୁ ପଠାଇଥିଲେ ବୋଲି କିଛି ତେଲେଙ୍ଗାନାବାସୀ ଟ୍ବିଟରରେ ଲେଖିଛନ୍ତି। ଏପରିକି ଆଜିର ଉତ୍ସବର ଲାଇଭ୍‌ ଟେଲିକାଷ୍ଟ ଏକ ଆଞ୍ଚଳିକ ଗଣମାଧ୍ୟମ କରିଥିବା ମଧ୍ୟ ଅଭିଯୋଗ ହେଉଛି।

Comments are closed.