Odisha Link
Bridging the Missing Links in Odisha

ସାଂଘାତିକ ହେବ ଭାରତର ସ୍ଥିତି, କେବଳ ନିଜାମୁଦ୍ଦିନ୍‌ ଦରଘାରୁ ଆସିଛନ୍ତି ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଭାରତର ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ଭଳି ମନେ ହେଉଥିଲେ ବି ଆଗକୁ ସ୍ଥିତି ସାଂଘାତିକ ହେବାର ସୂଚନା ମିଳିଛି। ଏଯାବତ୍‌ ୪୦୦ରୁ ଅଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ବେଳେ କେବଳ ଦିଲ୍ଲୀର ନିଜାମୁଦ୍ଦିନ୍‌ ଦରଘାରୁ ଫେରିଥିବା ୪୦୦ରୁ ଅଧିକ ଲୋକଙ୍କ ଠାରେ ଭୂତାଣୁ ପଜିଟିଭ୍‌ ଦେଖା ଦେଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ସ୍ବାସ୍ଥ୍ୟ ବିଭାଗ ଭବିଷ୍ୟତକୁ ଦୃଷ୍ଟିରେ ରଖି ୧.୫ କୋଟି PPE (ବ୍ୟକ୍ତିଗତ ସୁରକ୍ଷା ସରଂଜାମ) ପାଇଁ ଅର୍ଡର ଦେଇଥିବା ବେଳେ ଏକ କୋଟି ଏନ୍-୯୫ ମାସ୍କ ପାଇଁ ଅର୍ଡର ଦିଆଯାଇଛି।

ନିଜାମୁଦ୍ଦିନ୍‌ ସଂକ୍ରମଣ ବିଭିନ୍ନ ରାଜ୍ୟକୁ ଲମ୍ବିଥିବା ବେଳେ ତାମିଲନାଡ଼ୁରେ ସର୍ବାଧିକ ୧୭୩ ଜଣ ଦରଘା ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୃହ ମନ୍ତ୍ରାଳୟ ସୂଚନା ଅନୁସାରେ ଦରଘାରୁ ପ୍ରାୟ ୨୦୦୦ ଜଣକୁ ବାହାର କରାଯାଇଥିବା ବେଳେ ୧୮୦୪ ଜରଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୩୩୪ ଜରଙ୍କୁ ଡାକ୍ତରଖାନା ପଠାଯାଇଛି।

ନିଜାମୁଦ୍ଦିନ୍‌ ସମ୍ପର୍କ ଥିବା ବବ୍ୟକ୍ତିଙ୍କ ମଧ୍ୟରୁ ଏଯାଏଁ ୧୨ ଜଣଙ୍କର କରୋନା ଆକ୍ରାନ୍ତରେ ପ୍ରାଣହାନି ଘଟିଛି। ୪୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଗତକାଲି ୩୨୮ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ। ସଂକ୍ରମଣର ମାତ୍ରାକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଦେଢ଼ କୋଟି ପିପିଇ ଓ ଏକ କୋଟି ମାସ୍କ କ୍ରୟ କରିବା ପାଇଁ ସରକାର ଯୋଜନା କରିଛନ୍ତି।

Comments are closed.