Odisha Link
Bridging the Missing Links in Odisha

ହଜ୍‌ ପାଇଁ ସଂଚିତ ୫ ଲକ୍ଷ ଟଙ୍କା କରୋନା ପାଣ୍ଠିକୁ ଦାନ କଲେ

ଜମ୍ମୁ: ମାନବିକତା ଆଗରେ ଫିକା ପଡ଼ିଯାଇଛି ଧର୍ମବିଶ୍ବାସ। ମଣିଷର ସେବା ହିଁ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଲାଗି ସବୁଠୁ ବଡ଼ ପୂଣ୍ୟ କାମ ବୋଲି ବୁଝିଛନ୍ତି ଖାଲିଦା ବେଗମ୍। ଜମ୍ମୁ କଶ୍ମୀରର ଏହି ୮୭ ବର୍ଷ ବୟସ୍କା ବୃଦ୍ଧା ଜଣକ କରୋନା ରିଲିଫ୍‌ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି।

ସୂଚନା ଅନୁସାରେ ଖାଲିଦା ହଜ୍‌ ଯାତ୍ରାରେ ଯିବା ଲାଗି ୫ ଲକ୍ଷ ଟଙ୍କା ସଂଚୟ କରି ରଖିଥିଲେ। ତେବେ ବର୍ତ୍ତମାନ ଭାରତ ସମେତ ସାରା ବିଶ୍ବ କରୋନା ସଂକ୍ରମଣରେ କାକୁସ୍ଥ ଥିବା ବେଳେ ଧର୍ମକୁ ପଛକୁ ଠେଲି ମାନବିକତାର ପରିଚୟ ଦେଇଛନ୍ତି ଖାଲିଦା। ସେ ଚଳିତ ବର୍ଷ ହଜ୍‌ ଯିବାକୁ ଯୋଜନା କରିଥିଲେ ବି ତାହାକୁ ବାତିଲ କରି ଦେଇଛନ୍ତି। ଏଥି ପାଇଁ ସେ ସଂଚୟ କରି ରଖିଥିବା ୫ ଲକ୍ଷ ଟଙ୍କାକୁ ସେବା ଭାରତୀ ସଂଗଠନ ମାଧ୍ୟମରେ କରୋନା ମୁକାବିଲା ପାଇଁ ଦାନ କରିଛନ୍ତି।

ଚେକ୍‌ ସହ ଗୋଟିଏ ଚିଠିରେ ସେ ଲେଖିଛନ୍ତି ଯେ ସରକାରଙ୍କ ଠାରୁ କୌଣସି ସହାୟତା ନ ନେଇ ସେ ନିଜ ଖର୍ଚ୍ଚରେ ଏବର୍ଷ ହଜ୍‌ ଯିବା ଲାଗି ୫ ଲକ୍ଷ ଟଙ୍କା ସଂଚୟ କରିଥିଲେ। ତେବେ ଦେଶ କୋଭିଡ୍-୧୯ ସହ ଳଢ଼େି କରୁଥିବା ସମୟରେ ହଜ୍‌ ଅପେକ୍ଷା ଏ ଲଢ଼େିରେ ସାମିଲ ହେବାକୁ ସେ ଉଚିତ ମଣିଲେ ବୋଲି ଲେଖିଛନ୍ତି।

ଖାଲିଦା ହେଉଛନ୍ତି ଜମ୍ମୁକଶ୍ମୀର ଉପରାଜ୍ୟପାଳଙ୍କ ଉପଦେଷ୍ଟା ଫାରୁକ ଖାନଙ୍କ ମା’। ଏଯାବତ୍‌ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.