Odisha Link
Bridging the Missing Links in Odisha

ଓଡ଼ିଶାରେ ୨୦ କରୋନା ଆକ୍ରାନ୍ତ, ଆଜି ୧୫ ନୂଆ

ଭୁବନେଶ୍ବର: ଆଜି ଦିନଟି ଓଡ଼ିଶା ପାଇଁ ସତେ ଯେମିତି ଥିଲା କଳା ଶୁକ୍ରବାର। ଗତକାଲି ସୁଦ୍ଧା ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ଆଉ ୧୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ମୋଟ କୋଭିଡ୍-୧୯ ପଜିଟିଭ୍‌ ସଂଖ୍ୟା ଏବେ ୨୦ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଆଜି ଭୁବନେଶ୍ବର ସୂର୍ଯ୍ୟନଗର ଆକ୍ରାନ୍ତଙ୍କର ୭ ଜଣ ସମ୍ପର୍କୀୟ (ପତ୍ନୀ, ଝିଅ ଓ ଭଡ଼ାଟିଆ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ବର ବମିଖାଲ ଅଞ୍ଚଳରେ ୩ ଜଣଙ୍କର ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ଭଦ୍ରକରେ ଦୁଇଜଣ, କଟକରେ ଜଣେ, ଯାଜପୁରରେ ଜଣେ ଓ ପୁରୀରେ ଜଣେ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ଯାଜପୁର ଓ ପୁରୀକୁ ମଧ୍ୟ ଏହା ସଂକ୍ରମିତ ହେଲାଣି। ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବାକି ୧୮ ଜଣଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ରଖାଯାଇଛି।

Comments are closed.