Odisha Link
Bridging the Missing Links in Odisha

ଭୁବନେଶ୍ବର ବମିଖାଲ-ଝାରପଡ଼ା ଅଞ୍ଚଳ ସିଲ୍

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ ତିନିଜଣ କରୋନା ଆକ୍ରାନ୍ତ ମିଳିବା ପରେ ଆଜି ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଝାରପଡ଼ାର କିଛି ଅଞ୍ଚଳ ମଧ୍ୟ ସିଲ୍‌ ଅଞ୍ଚଳ ମଧ୍ୟରେ ରହିଛି। ପୂର୍ବରୁ ସୂର୍ଯ୍ୟନଗର ଅଞ୍ଚଳକୁ ମଧ୍ୟ ସିଲ୍‌ କରିଥିଲା ଭୁବନେଶ୍ବର ମହାନଗର ନିଗମ।

ଏକାମ୍ର ସିନେମା ହଲ୍‌ କାଫେ କଫି ଡେ ପାଖରୁ ଝାରପଡ଼ା କେନାଲ ରୋଡ୍‌ ପର୍ଯ୍ୟନ୍ତ ରାସ୍ତା, କଟକ-ପୁରୀ ରାସ୍ତରେ ଝାରପଡ଼ା ଡିସିବି ବ୍ୟାଙ୍କ ପାଖରୁ କାଫେ କଫି ଡେ ଯାଏଁ, ଝାରପଡ଼ା କନାଲ ରୋଡ୍‌ ଠାରୁ ଦୁର୍ଗାମଣ୍ଡପ ଓ ଦୁର୍ଗାମଣ୍ଡପ ଠାରୁ ଡିସିବି ବ୍ୟାଙ୍କ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଏହି ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଥିବା ବେଳେ ବାହାର ଲୋକଙ୍କୁ ଭତରକୁ ଯିବାକୁ ଅନୁମତି ଦିଆଯିବନାହିଁ।

ଏହି ସିଲ୍‌ ଅଞ୍ଚଳ ଭିତରେ ରହୁଥିବା ବ୍ୟକ୍ତି ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ଓ ସମସ୍ତ ଜରୁରୀ ଦ୍ରବ୍ୟ ଘର ପାଖରେ ପାଇପାରିବେ, ତାହାର ବ୍ୟବସ୍ଥା କରୁଛି ଭୁବନେଶ୍ବର ମହାନଗର ନିଗମ। ତେବେ ଆଜି ଠାରୁ ଦୁଇଦିନ ପର୍ଯ୍ୟନ୍ତ ସହରରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଜାରି ହୋଇଥିବା ବେଳେ ଏହି ଦୁଇଦିନ ବିଏମ୍‌ସି କୌଣସି ସାମଗ୍ରୀ ପହଞ୍ଚାଇବନାହିଁ।

Comments are closed.