Odisha Link
Bridging the Missing Links in Odisha

ସଟ୍‌ଡାଉନ୍‌ ସମୟରେ ଭୁବନେଶ୍ବରରେ ଖୋଲା ରହିବ ଏହି ୪୦ଟି ଔଷଧ ଦୋକାନ

ଭୁବନେଶ୍ବର: ଆଜି ସଂଧ୍ୟା ୮ଟାରୁ ଭୁବନେଶ୍ବର ସମେତ କଟକ ଓ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଲାଗୁ ହୋଇଛି। ଏହି ସମୟରେ କୌଣସି ଦୋକାନ ବଜାର, ଏପରିକି ଅତ୍ୟାବଶ୍ୟକୀୟ ଦୋକାନ ମଧ୍ୟ ଖୋଲା ରହିବ ନାହିଁ। ତେବେ ଲୋକଙ୍କ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇଦିନ ସଟ୍‌ଡାଉନ୍‌ ସମୟରେ ଅଳ୍ପକିଛି ଔଷଧ ଦୋକାନ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସହରରେ ମାତ୍ର ୪୦ଟି ଔଷଧ ଦୋକାନ ଖୋଲାରହିବ। ପ୍ରତି ଥାନାରେ ୩ଟି ଲେଖାଏଁ ଔଷଧ ଦୋକାନ ଖୋଲା ରଖିବାକୁ ମହାନଗର କର୍ତୃପକ୍ଷ ନିଷ୍ପତ୍ତି ନେଇଥିବା ବେଳେ କେବଳ ଏୟାରଫିଲ୍‌ଡ ଥାନା ଅଞ୍ଚଳରେ ୪ ଦୋକାନ ଖୋଲା ରହିବ। ମେଡିସିନ୍‌ ଇଣ୍ଡିଆ ଓ୍ବେବ୍‌ ସାଇଟ୍‌ ଅନୁସାରେ ଭୁବନେଶ୍ବରରେ ୨୩୦ଟି ଔଷଧ ଦୋକାନ ଥିବା ବେଳେ ପ୍ରକୃତରେ ଏହାର ସଂଖ୍ୟା ୬୦୦ରୁ ଅଧିକ ହେବ ବୋଲି ଜଣେ ବରିଷ୍ଠ ଔଷଧ ବ୍ୟବସାୟୀ ସୂଚନା ଦେଇଛନ୍ତି। ଏସବୁ ମଧ୍ୟରୁ ମାତ୍ର ୪୦ଟିକୁ ଆଗାମୀ ଦୁଇଦିନ ସଟ୍‌ଡାଉନ୍‌ ସମୟରେ ବ୍ୟବସାୟକ ପାଇଁ ଅନୁମତି ମିଳିଛି।

କେଉଁ ଥାନା ଅଞ୍ଚଳରେ କେଉଁ ଦୋକାନ ଖୋଲା ରହିବ, ଜାଣନ୍ତୁ।

ଖଣ୍ଡଗିରି

ସଂଜୀବନୀ ମେଡିକାଲ ଷ୍ଟୋର୍, ସମ ହସ୍ପିଟାଲ ପାଖ
ଶାନ୍ତି ମେଡିସିନ୍‌ ଷ୍ଟୋର, ନ୍ୟୁଜ୍-୭ କାର୍ଯ୍ୟାଳୟ ପାଖ, ଜାଗମରା
ଦୀପକ ମେଡିସିନ୍‌ ଷ୍ଟୋର, ଭାଇଜୀ ରେସ୍ତୋରାଁ ପାଖ, ପାତ୍ରପଡ଼ା

ନୂଆପଲ୍ଲୀ

ମେଡ୍‌ପ୍ଲସ୍, ଲାଭେଣ୍ଡର ହୋଟେଲ ପାଖ, ଆଇଆରସି ଭିଲେଜ
କ୍ୟାପିଟାଲ ଡ୍ରଗ୍‌ସ, ପ୍ରିୟଦର୍ଶିନୀ ମାର୍କେଟ, ସିଆରପି ଛକ
ଆପୋଲୋ ଫାର୍ମାସୀ, ବିଜୁ ପଟ୍ଟନାୟକ କଲେଜ ରାସ୍ତା, ଜୟଦେବ ବିହାର

କ୍ୟାପିଟାଲ ଥାନା

ରବୀନ୍ଦ୍ର ମେଡିକାଲ ହଲ, ରାଜଭହଲ ଛକ
ମହାନ୍ତି ଡ୍ରଗ୍‌ ହାଉସ୍, ୭୮, ଏକାମ୍ର ରୋଡ୍, ଫରେଷ୍ଟ ପାର୍କ
ଅତିଭା ଫାର୍ମା, ଭାରତୀ ଟାଓ୍ବାର, ଫରେଷ୍ଟ ପାର୍କ

ମଞ୍ଚେଶ୍ବର

ସ୍ବର୍ଣ୍ଣିମା ମେଡିସିନ୍‌ ଷ୍ଟୋର, କେନାଲ ରୋଡ୍, ପଳାଶୁଣି
ଦ ମେଡିସିନ୍, ରସୁଲଗଡ଼ ଛକ
ଅପ୍ଟିଭାଲ ହେଲ୍‌ଥ ସଲ୍ରୁସନ୍, ଭିଏସ୍ଏସ୍‌ ନଗର

ଚନ୍ଦ୍ରଶେଖରପୁର

ଆପୋଲୋ ଫାର୍ମାସୀ, ଭିଆଇଏମ୍-୪୬୨, ଶୈଳଶ୍ରୀ ବିହାର
ଆପୋଲୋ ଫାର୍ମାସୀ, ୨୯୮, ଡିଷ୍ଟ୍ରିକ୍ଟ ସେଣ୍ଟର
ଓମ୍‌ ଫାର୍ମାସୀ, ନାଲକୋ ଛକ

ଇନଫୋସିଟି

ମେଡ୍‌ପ୍ଲସ୍, ୩୧୧2୬୧୦, ନୀଳାଦ୍ରି ବିହାର
ରବୀନ୍ଦ୍ର ମେଡିସିନ୍‌ ଷ୍ଟୋର, ମ୍ୟାଗ୍ନେଟ୍‌ ଛକ
ମେଡ୍‌‌ପ୍ଲସ୍, ୪୨୧, ପଟିଆ

ଶହୀଦ ନଗର

ଆପୋଲୋ ଫାର୍ମାସୀ, ପ୍ରେସ୍‌ ଛକ
ଆପୋଲୋ ଫାର୍ମାସୀ, ଆଚାର୍ଯ୍ୟ ବିବହାର
ଆପୋଲୋ ଫାର୍ମାସୀ, ଏମ୍ପାୟାର ହୋଟେଲ ସାମନା, ଶହୀଦ ନଗର

ଖାରବେଳ ନଗର

ରବୀନ୍ଦ୍ର ହେଲ୍‌ଥ କେୟାର, କେଶରୀ ଟକିଜ୍‌ ପାଖ
ଆପୋଲୋ ଫାର୍ମାସୀ, ମଧୁସୂଦନ ନଗର
ରଂଜନ ମେଡିସିନ୍‌ ଷ୍ଟୋର, ଏ-୪୨, ଜନପଥ

ଧଉଳି

ପ୍ରକାଶ ମେଡିକାଲ ଷ୍ଟୋର, ନୂଆଗାଁ ରୋଡ୍, ଶିଶୁପାଳଗଡ଼, ଲିଙ୍ଗିପୁର
ନୀଳାଚଳ ମେଡିସିନ୍‌ ଷ୍ଟୋର, ନୂଆଗାଁ
ବାସୁଦେବ ମେଡିସିନ୍‌ ଷ୍ଟୋର, ନୂଆଗାଁ

ଲିଙ୍ଗରାଜ ଥାନା

ମେଡ୍‌ପ୍ଲସ୍, ବିବେକାନନ୍ଦ ରୋଡ୍
ମେଡ୍‌ପ୍ଲସ୍, ସାମନ୍ତରାପୁର
ଶକ୍ତିଶ୍ରୀ ମେଡିସିନ୍‌ ଷ୍ଟୋର, ବିଏମ୍‌ସି ହସ୍ପିଟାଲ ପାଖ, ପୁରୁଣା ଭୁବନେଶ୍ବର

ଏଆରଫିଲ୍‌ଡ ଥାନା

ମେଡ୍‌ପ୍ଲସ୍, ଭୀମଟାଙ୍ଗି ରୋଡ୍, କପିଳପ୍ରସାଦ
ଆପୋଲୋ ଫାର୍ମାସୀ, ପୁନାମା ଗେଟ୍, କପିଳପ୍ରସାଦ
ମେଡ୍‌ପ୍ଳସ୍, ଏୟାରଫିଲ‌‌ଡ, ସୁନ୍ଦରପଦା
ମେଡ୍‌ପ୍ଲସ୍, ଡିଏଭି ସ୍କୁଲ ପାଖ, ପୋଖରୀପୁଟ

ବଡ଼ଗଡ଼

ଆପୋଲୋ ଫାର୍ମାସୀ, ବିଜେଇଏମ୍‌ ସ୍କୁଲ ପାଖ, ବିଜେବି ନଗର
ମେଡ୍‌ପ୍ଲସ୍, ଟଙ୍କପାଣି ରୋଡ୍
ମହାବୀର ମେଡିକାଲ ହଲ୍, ବରଗଡ଼ ବ୍ରିଟ୍‌ କଲୋନୀ

ଲକ୍ଷ୍ମୀସାଗର

ନାସନାଲ ଡ୍ରଗ୍‌ ହାଉସ୍, ଆପେକ୍ସ ବିଲ୍‌ଡିଂ, କଟକ-ପୁରୀ ରୋଡ୍
ମେଡ୍‌ପ୍ଲସ୍, ୩୩୪, ଲକ୍ଷ୍ମୀସାଗର
ଆପୋଲୋ ଫାର୍ମାସୀ, ୩୩୦୯, ଲକ୍ଷ୍ମୀସାଗର

Comments are closed.