Odisha Link
Bridging the Missing Links in Odisha

କଳାହାଣ୍ଡିରୁ ଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ରେଗୀ କଳାହାଣ୍ଡି ଜିଲ୍ଲାର  ଏବଂ ବୟସ ୨୯ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କଠାରେ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇନଥିଲା।। ସେ ନିକଟରେ ବାହାରିନରୁ ଆସିଥିବା ନେଇ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗତକାଲି ମଧ୍ୟ ଓଡ଼ିଶାରେ ୧୫ଜଣ କରୋନା ରେକାଗୀ ଚିହ୍ନଟ ହୋଇଥିଲେ।

ଆଜି ମୋଟ ୩୦୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଏଥିରୁ ଗୋଟିଏ ପଜିଟିଭ୍‌ ଆସିଛି ଯାହାକି କଳାହାଣ୍ଡିର। ଏମ୍ସ୍, ଆରଏମ୍‌ଆରସି ଏବଂ ଏସ୍‌ସିବିରେ ଯଥାକ୍ରମେ ୩୮,୨୨୩ ଏବଂ ୪୩ ନୁମନା ପରୀକ୍ଷା କରାଯାଇଥିଲା। ଏଯାଏ ମୋଟ ୧୬୯୯ ନମୁନା ପରୀକ୍ଷା ସରିଲାଣି।

Comments are closed.