ଜୁନ ୧୭ ଯାଏ ବନ୍ଦ ରହିବ ଶିକ୍ଷାନୁଷ୍ଠାନ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍ଡାଉନ୍ ଅବଧି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଡାଉନ୍ ସମୟକକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକରାଙ୍କ ପ୍ରସ୍ତାବ। ଏପ୍ରିଲ ୧୪ରେ ଲକ୍ଡାଉନ୍ ଅବଧି ଶେଷ ହେବାର ଥିଲା। ରାଜ୍ୟ ସରକାର ରାଜ୍ୟରେ ଏପ୍ରିଲ ୩୦ ଯାଏ ଳକ୍ଡାଉନ୍ ବୃଦ୍ଧି କରିଛନ୍ତି। ଏପ୍ରିଲ ୩୦ ଯାଏଁ ରେଳ-ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ରାଜ୍ୟ ସରକାର।
ଆହୁରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି ଯେ, ଜୁନ ୧୭ ଯାଏ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପୂର୍ବରୁ ଏପ୍ରିଲ ୩୦ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବାର ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏନେଇ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।