Odisha Link
Bridging the Missing Links in Odisha

କରୋନା ଔଷଧ ପାଇଥିବା ଦାବି କଲେ ବେଲାରୁସ୍‌ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତିତ। ଏପର୍ଯ୍ୟନ୍ତ ପାଖାପାଖୀ ୨୦ ଲକ୍ଷ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୧,୨୭, ୧୫୨ ଜଣଙ୍କର ମୃତ୍ୟୁ ହେଲାଣି। ଏପରିକି ସାରା ବିଶ୍ବ କରୋନାରରୁ କିଭଳି ଉପଶମ ମିଳିବ ସେ ନେଇ ଚେଷ୍ଟା କରୁଥିବା ବେଳେ ଏହାରି ମଧ୍ୟରେ ଚର୍ଚ୍ଚାରେ ବେଲାରୁସ୍‌ର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଲୁକାଶେକ୍ନୋ। ସେ ଏଭଳି ସମୟରେ ଦାବି କରିଛନ୍ତି ଯେ, କୋଭିଡ-୧୯ ଭାଇରସ ମୁକାବିଲା ପାଇଁ ସ୍ବତନ୍ତ୍ର ଔଷଧ ମିଳିଛି। ଆହୁରି ସେ ଦାବି କରିଛନ୍ତି ଯେ, ବେଲାରୁଷରେ କରୋନା ଭାଇରସ୍‌ ଯୋଗୁଁ କେହି ମରି ନାହାନ୍ତି କିମ୍ବା ମରିବେ ନାହିଁ।

ସେ ଆହୁରି କହିଛନ୍ତି ଯେ, ଖେଳ ହେଉଛି ଶ୍ରେଷ୍ଠ ଆଣ୍ଟି ଭାଇରସ୍। ଏପରିକି ଭୋଡକା ପିଇବା, ଟ୍ରାକ୍ଟର ଚଳାଇବା, ଖେଳିବା ଦ୍ବାରା କରୋନା ଭାଇରସ ରୋଗରୁ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ବେଲାରୁସ୍‌ ରାଷ୍ଟ୍ରପତି। ସୂଚନାଥାଉକି, ବେଲାରୁଷରେ ଆନୁଷ୍ଠାନିକ ଭାବରେ କରୋନା ଭାଇରସ୍ ଦ୍ବାରା ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୩୦ରୁ ଅଧିକ। ବ୍ରିଟିଶ ଗଣମାଧ୍ୟମରେ ଆଲେକ୍ସଜାଣ୍ଡାରଙ୍କୁ ଏକଛତ୍ରବାଦୀ କୁହାଯାଏ। ଆଲେକ୍ସଜାଣ୍ଡାର ବିରୋଧରେ ଏଭଳି ଅଭିଯୋଗ ଆସିଛି ଯେ, ସେ ଡାକ୍ତର ଏବଂ ମାନବାଧିକାର କର୍ମୀଙ୍କ ଚେତାବନୀକୁ ଅଣଦେଖା କରୁଛନ୍ତି ଏବଂ ଭାଇରସକୁ ଗମ୍ଭୀରତାର ସହ ନେଉନାହାଁନ୍ତି। ଏହା ଫଳରେ ବହୁ ସଂଖ୍ୟକ ଲୋକ ମରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଏପରିକି କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରାୟ ଦେଶ ଲକ୍‌ଡାଉନ୍‌ ପନ୍ଥା ଆପଣାଉଥିବା ବେଳେ ବେଲାରୁସ୍‌ ରାଷ୍ଟ୍ରପତି ଦେଶରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ମନା କରି ଦେଇଛନ୍ତି। ଦେଶର ୯୫ ଲକ୍ଷ ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆମେ ସେହି ସବୁ ଔଷଧ ଆବିଷ୍କାର କରିଛୁ ଯାହା ଦ୍ବାରା ଲୋକ କରୋନାରୁ ସୁସ୍ଥ ହୋଇଯିବେ। ସମ୍ବୋଧିତ କରି ସେ ଆହୁରି କହିଛନ୍ତି ଯେ, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆମ ଦେଶରେ କରୋନା ଭାଇରସ୍ ଯୋଗୁଁ କେହି ମରି ନାହାଁନ୍ତି। ମୁଁ ଏହାକୁ ସର୍ବସାଧାରଣରେ କହୁଛି।

ଯେଉଁ ଲୋକଙ୍କର ମୃତ୍ୟୁ ହୋଇଛି ତାହା ଅନ୍ୟ ରୋଗ ଯୋଗୁଁ ହୋଇଛି। ପୂର୍ବରୁ ସେମାନେ ସେହି ରୋଗ ସହ ଲଢୁଥିଲେ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତାଙ୍କ ସହ ସହମତ ହୋଇଥିବା ଆଲେକ୍ସଜାଣ୍ଡାର କହିଛନ୍ତି। ହେଲେ ଦେଶରେ ୨୫ ବର୍ଷରୁ ଅଧିକ କ୍ଷମତାରେ ରହିଥିବା ୬୫ ବର୍ଷ ବୟସ୍କ ଆଲେକ୍ସଜାଣ୍ଡାର କରୋନା ରୋଗର ଉପଶମ ପାଇଁ କେଉଁ ଔଷଧ ବିଷୟରେ କହୁଛନ୍ତି ତାହା ସ୍ପଷ୍ଟ କରି ନାହାଁନ୍ତି।

Comments are closed.