Odisha Link
Bridging the Missing Links in Odisha

କରୋନା ମହାମାରୀ ବିରୁଦ୍ଧରେ ଟେଷ୍ଟିଂ ଲ୍ୟାବ୍ ଓଡ଼ିଶାର ଲଢେଇକୁ ମଜବୁତ୍ କରିବ: ଧର୍ମେନ୍ଦ୍ର

ଭୁବନେଶ୍ବର: ସେଲ୍ ବା ଷ୍ଟିଲ୍ ଅଥୋରିଟି ଅଫ୍‌ ଇଣ୍ଡିଆ ଉଦ୍ୟମରେ ରାଉରକେଲା ଇସ୍ପାତ୍ କାରଖାନା’ର ଇସ୍ପାତ୍‌ ଜେନେରାଲ୍ ହସ୍ପିଟାଲ(ଆଇଜିଏଚ୍‌) ଠାରେ କୋଭିଡ୍‌-୧୯ ଚେଷ୍ଟିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ଲ୍ୟାବ୍‌ କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ମଜବୁତ୍ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲାରେ ସେଲ୍ ପକ୍ଷରୁ ଆରମ୍ଭ ହୋଇଥିବା ନୂଆ ଲ୍ୟାବର୍ ନମୂନା ପରୀକ୍ଷଣ କାମ ଆରମ୍ଭ ହୋଇଯାଇଛି। ଏହି ଲ୍ୟାବ୍ କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ଦୃଢ କରିବ। ବର୍ତମାନର ଆହ୍ୱାନମୂଳକ ସମୟରେ ଇସ୍ପାତି ଇରାଦା ଏଥିରୁ ପ୍ରତିଫଳିତ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଜିଏଚରେ ଥିବା ଅତ୍ୟାଧୁନିକ ଟେଷ୍ଟିଂ ଲ୍ୟାବ୍ ସୁବିଧା କରୋନା ସଂକ୍ରମିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା ତଥା ରୋଗକୁ ଚିହ୍ନଟ କରିବାରେ ସହାୟକ ହେବ। ଏହି ଟେଷ୍ଟିଂ ପାଇଁ ଇସ୍ପାତ୍ ଜେନେରାଲ ହସ୍ପିଟାଲର ଡାକ୍ତର ଏବଂ ପାରାଡେମିକମାନେ ଭୁବନେଶ୍ୱର ଏମ୍ସ ଏବଂ ଆରଏମଆରସିରୁ ପ୍ରଶିକ୍ଷଣ ନେଇଛନ୍ତି।

ରାଉରକେଲାର ହାଇଟେକ୍ ହସ୍ପିଟାଲ ଏବଂ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାକ ଓ ଗଳାରୁ ସ୍ୱାବ୍‌ ଅଣାଯାଇ ଆଇଜିଏଚ୍ ହସ୍ପିଟାଲରେ ପରୀକ୍ଷା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.