Odisha Link
Bridging the Missing Links in Odisha

ଏ ହେଉଛନ୍ତି ଆଜୀବନ ବ୍ୟାନ ହୋଇଥିବା ପ୍ରଥମ କ୍ରିକେଟର, ଆଜି ତାଙ୍କ ଜନ୍ମଦିନ

ଓଏଲ୍‌ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସଲିମ ମଲିକଙ୍କ ଆଜି ହେଉଛି ଜନ୍ମଦିନ। ସେ ଆଜି ୫୭ ବର୍ଷରେ ପାଦ ଥାପିିଛନ୍ତି। ସେ ୧୯୬୩ ମସିହାରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସେ ପାକିସ୍ତାନ କ୍ରିକେଟ ଟିମ୍‌ ପାଇଁ ୧୦୩ ଟେଷ୍ଟ ମ୍ୟାଚ୍‌ ଖେଳି ୧୫ ଶତକ ସହାୟତାରେ ୫୭୬୮ ରନ୍‌ କରିଥିବା ବେଳେ ୨୮୮ଟି ଦିନିକଆ ମ୍ୟାଚ ଖେଳି ୫ ଶତକ ସହାୟତାରେ ୭୧୭୦ ରନ୍‌ କରିଥିଲେ। ଏପରିକି ସେ ନିଜ କ୍ରିକେଟ କ୍ୟାରିୟରରେ ୨୮ ହଜାରରୁ ଉର୍ଦ୍ଧ୍ବ ରନ୍‌ ସଂଂଗ୍ରହ କରିଥିଲେ।

ସଲିମ ମଲିକ ଜଣେ ମହାନ ବ୍ୟାଟ୍ସମ୍ୟାନ୍ ଥିଲେ। ସେ ପାକିସ୍ତାନ ପାଇଁ ଅନେକ ମ୍ୟାଚ୍ ଜିତିଥିଲେ କିନ୍ତୁ ଆଜି ତାଙ୍କ ଖେଳ ପାଇଁ ଏହି ଖେଳାଳିଙ୍କୁ କେହି ମନେ ରଖି ନାହାନ୍ତି। ବରଂ ମ୍ୟାଚ୍ ଫିକ୍ସିଂ ପାଇଁ ସମସ୍ତଙ୍କର ମନେ ପଡ଼ିଥାନ୍ତି ସଲିମ ମଲିକ।

ସଲିମ ମଲିକଙ୍କ ଉପରେ ଲାଗିଥିଲା ଆଜୀବନ ବ୍ୟାନ:
ପାକିସ୍ତାନର ଏହି ପୂର୍ବତନ ଅଧିନାୟକଙ୍କ ନାମରେ ରହିଛି କ୍ରିକେଟ ଇତିହାସରେ ସବୁଠୁ ଅଧିକ ଦାଗ। ସଲିମ ମଲିକ ବିଶ୍ବର ପ୍ରଥମ କ୍ରିକେଟ ଖେଳାଳୀ ଥିଲେ ଯିଏକି ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କ୍ରିକେଟରୁ ଆଜୀବନ ବ୍ୟାନ ହୋଇଥିଲେ। ୨୦୦୦ ମସିହାରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସଲିମ ମଲିକଙ୍କ ଉପରେ ଆଜୀବନ ବ୍ୟାନ ଲଗାଇଥିଲା। ଯାହାଫଳରେ କ୍ରିକେଟର ସମସ୍ତ ଫର୍ମାଟ ଓ କାର୍ଯ୍ୟକଳାପରେ ଭାଗ ନେଇନଥିଲେ। ପରେ ୨୦୦୮ ମସିହାରେ ଲାହୋର ଏକ କୋର୍ଟ ସଲିମ ମଲିକଙ୍କ ଉପରେ ଲାଗିଥିବ୍ୟା ବ୍ୟାନକୁ ହଟାଇ ଦେଇଥିଲେ।

ସଲିମ୍‌ ମଲିକଙ୍କ ବିରୋଦ୍ଧରେ ଯେତେବେଳେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଲା ସେ ସେତେବେଳେ ପାକିସ୍ତାନ ଦଳର ଅଧିନାୟକ ଥିଲେ। ସେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ବେ ଗସ୍ତରେ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ୧୯୯୯ ମସିହାରେ ସଲିମ୍‌ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହାପରେ ତାଙ୍କ ନାମରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା। ଜଷ୍ଟିସ୍‌ କୟୁମଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କିମିଟି ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ କ୍ରିକେଟରୁ ଆଜୀବନ ବ୍ୟାନ ହୋଇଥିଲେ ସଲିମ୍।

ସଲିମ୍‌ ମଲିକଙ୍କ ଉପରେ ବ୍ୟାନ ଲାଗିବା ପୂର୍ବରୁ ତାଙ୍କ ବିରୋଦ୍ଧରେ ପ୍ରଥମେ ନିଜ ଦଳର ଖେଳାଳି ହିଁ ସାକ୍ଷୀ ଦେଇଥିଲେ। ଯାଞ୍ଚ କମିଶନ ସମ୍ମୁଖରେ ଇନ୍ତଖାବ ଆଲାମ ଏବଂ ସଇଦ ଅନଓ୍ବର କହିଥିଲେ ଯେ, ୧୯୯୩-୯୪ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସିଲମ ଜାଣିଶୁଣି ଦିନିକିଆ ମ୍ୟାଚ୍‌ ହରାଇଥିବା ଅଭିଯୋଗ କରିଥିଲେ। ଏପରିକି ରଶିଦ ଲତିଫ୍ ବୟାନ ଦେଇଥିଲେ ଯେ, କ୍ରାଇଷ୍ଟ୍ରର୍ଚ୍ଚ ଦିନିକିଆ ପୂର୍ବରୁ ସଲିମ ହୋଟେଲ ରୁ୍ମକୁ ମୋତେ ଡାକିଥିଲେ ଏବଂ ୧୮,୫୦୦ ଡଲାର ଦେବେ ବୋଲି କହିିଥିଲେ। ସଲିମ ମଲିକ ରଶିଦ ଲତିଫଙ୍କୁ ଖରାପ ବ୍ୟାଟିଂ କରିବା ପାଇଁ କହିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

Comments are closed.