Odisha Link
Bridging the Missing Links in Odisha

ରିଲାଏନ୍ସ ଓ ଫେସ୍‌ବୁକ୍‌ ମିଳିତ ଭାବେ ଆଣୁଛନ୍ତି ସୁପର୍‌ ଆପ୍

ମୁମ୍ବାଇ: ଚୀନର ଓ୍ବି-ଚାଟ୍‌ (WeChat) ଭଳି ଭାରତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଫେସ୍ବୁକ୍‌ ମିଳିତ ଭାବେ ଏକ ସୁପର ଚାଟ୍‌ ନିର୍ମାଣରେ ଲାଗିଛନ୍ତି। କରୋନା ଭୂତାଣୁ ସଂକ୍ରମଣ କାରଣରୁ ଏହାର ନିର୍ମାଣରେ ଭଟ୍ଟା ପଡ଼ିଥିବା ବେଳେ ମହାମାରୀ ବିପତ୍ତି ଟଳିବା ପରେ ଏହି ଆପ୍‌ ବଜାରକୁ ଆସିବ ବୋଲି ଜଣାପଡ଼ିଛି। କୁହାଯାଉଛି, ଏହି ଆପ୍‌ ସବୁ ଆପ୍‌କୁ ଗିଳିଦେବ। ଏହି ଗୋଟିଏ ଆପ୍‌ରେ ସବୁ ଆପ୍‌ର ସୁବିଧା ଉପଲବ୍ଧ ହେବ।

ରିଲାଏନ୍ସର ଜିଓ ଆପ୍‌ ଭଳି ଏଥିରେ ସମସ୍ତ ସୁବିଧା ରହିବା ସାଙ୍ଗକୁ ଡ୍ବାଟ୍ସଆପ୍‌ ଭଳି ସୋସିଆଲ୍‌ ମିଡିଆ ଓ ଅଅନ୍ୟାନ୍ୟ ସୁବବିଧା ଏହି ଆପ୍‌ରେ ମିଳିବ। ଏହା ମାଧ୍ୟମରେ ଚାଟିଂ, ସୋସିଆଲ୍‌ ନେଟଓ୍ବର୍କିଂ, ଗେମିଂ, ଡିଜିଟାଲ ପେମେଣ୍ଟ୍, ହୋଟେଲ୍‌, ଟ୍ରେନ୍‌ ଓ ଫ୍ଲାିଟ୍‌ ବୁକିଂ ଭଳି ବହୁ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଏଥିରେ ରିଲାଏନ୍ସ ରିଟେଲ୍‌ ଷ୍ଟୋରରୁ ସଉଦା କିଣିହେବ ଓ ଜିଓମନି ସାହାଯ୍ୟରେ ପାଉଣା ଦେଇହେବ।

Comments are closed.