Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ହଜାର ଟଙ୍କା

ପୁରୀ: ଶ୍ରୀମନ୍ଦିରର ସେବାୟତଙ୍କୁ ମିଳିବ ସହାୟତା। ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେବାୟତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ଟ୍ରାନ୍ସଫର କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ଲକ୍‌ଡାଉନ୍‌ ପାଇଁ ଅନ୍ୟ ଧର୍ମସ୍ଥଳୀ ଭଳି ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ଏହାଦ୍ୱାରା ସେବାୟତ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ିଥିବାରୁ ସେମାନଙ୍କ ପରିବାରକୁ ଏହି ସହାୟତା ଦିଆଯାଉଛି। ୨୧୩୦ ପରିବାରଙ୍କ ପାଇଁ ୧କୋଟି ୬ଲକ୍ଷ ୫୦ହଜାର ସହାୟତା ଦିଆଯିବ ବୋଲି ସୂଚନା ମିଳିଛି ।

Comments are closed.