Odisha Link
Bridging the Missing Links in Odisha

ଫୋନ୍ କରି ମୋଦିଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର: ଆଜି ଫୋନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି। କରୋନା ମୁକାବିଲା ସହିତ ରଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆଜି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସମ୍ପର୍କରେ ବି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆଲୋଚନାରେ କ’ଣ ନିଷ୍କର୍ଷ ବାହାରିଛି, ତାହା ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ ।

ସେପଟେ ଆଜି ରଥଯାତ୍ରାର ଆୟୋଜନ ସମ୍ପର୍କରେ ଆସିପାରେ ଏକ ବଡ଼ ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସୁଥିବା ବେଳେ ଗତକାଲି ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜଙ୍କୁ ଭେଟି ଆଲୋଚାନା କରିଛନ୍ତି ମୁଖ୍ୟ ପ୍ରଶାସକ। ଗତକାଲି ସନ୍ଧ୍ୟାରେ ପୁରୀ ଗଜପତିଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହା ପୂର୍ବରୁ ଦିନରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ମଧ୍ୟ ସେ ଆଲୋଚନା କରିଥିଲେ। ଆଉ ଏହାରି ଭିତରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। କରୋନା କଟକଣା ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ଚନ୍ଦନଯାତ୍ରା ନେଇ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ପ୍ରଥମଥର ପାଇଁ ଭିଡିଓ କନଫରେନ୍ସିଂରେ ପରିଚାଳନା କମିଟି ବୈଠକ ହେବ।

Comments are closed.