Odisha Link
Bridging the Missing Links in Odisha

ଦର୍ଶକଙ୍କ ପାଇଁ ଖୁସି ଖବର, ଟିଭି ପରଦାରେ ପୁନଶ୍ଚ ପ୍ରସାରିତ ହେବ ‘ଶ୍ରୀ କୃଷ୍ଣ’

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ଲକ୍‌ଡାଉନ୍‌ ମଧ୍ୟରେ ଜନସାଧାରଣଙ୍କ ଦାବିକୁ ନଜରରେ ରଖି ଦୂରଦର୍ଶନରେ ‘ରାମାୟଣ’ ଓ ‘ମହାଭାରତ’ ଭଳି ପୌରାଣିକ ଧାରାବାହିକ ପୁନର୍ବାର ପ୍ରସାରଣ ହେଉଛି। ଏହି ୨ଟି ଧାରାବାହିକ ପୁନର୍ବାର ପ୍ରସାରଣ ହୋଇ ମଧ୍ୟ ଦର୍ଶକଙ୍କ ବେଶ୍‌ ପସନ୍ଦ ଆସିଛି।

ଏପରିକି ଟିଆରପି କ୍ଷେତ୍ରରେ ଦୂରଦର୍ଶନ ସମସ୍ତ ରେକର୍ଡ ଭାଙ୍ଗୁଛି। ଏହାରି ମଧ୍ୟରେ ଶ୍ରୀରାମଙ୍କ ଅଯୋଧ୍ୟା ଆଗମନ ପରେ ରାମାୟଣ ଧାରାବାହିକ ସମାପ୍ତ ହୋଇଛି। ବର୍ତ୍ତମାନ ସମୟରେ ରାମାୟଣର ୨ୟ ଅଧ୍ୟାୟ ବା ଉତ୍ତରା ରାମୟଣ ଦୂରଦର୍ଶନରେ ପ୍ରସାରିତ ହେଉଛି। ଏହାରି ମଧ୍ୟରେ ଟେଲିଭିଜନ ଦର୍ଶକଙ୍କ ପାଇଁ ଖୁସି ଖବର କାରଣ ଟିଭି ପରଦାରେ ଆଉ ଏକ ପୌରାଣିକ ଧରାବାହିକ ଦେଖିବାକୁ ପାଇବେ। ଦୂରଦର୍ଶରେ ଅତିଶୀଘ୍ର ‘ଶ୍ରୀ କୃଷ୍ଣ’ ଧାରାବାହିକ ପ୍ରସାରିତ ହେବ ସେ ନେଇ ଦୂରଦର୍ଶନ ପକ୍ଷରୁ ସୂଚନା ଦିଆଯାଇଛି।

ରାମାନନ୍ଦ ଆର୍ଟସ୍ ପ୍ରଡକ୍ସନ ପ୍ରସ୍ତୁତ କରିଥିବା ଏହି ସିରିଏଲ ୧୯୯୩ରେ ପ୍ରଥମ ଥର ପାଇଁ ଦୂରଦର୍ଶନର ମେଟ୍ରୋରେ ପ୍ରସାରିତ ହୋଇଥିଲା। ଏହାପରେ ୧୯୯୬ରେ ଏହି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ରାମାୟଣ ଓ ମହାଭାରତ ପରେ ଗତ କିଛିଦିନ ଧରି ଲୋକମାନେ ଶ୍ରୀ କ୍ରିଷ୍ଣା ପ୍ରସାରଣ ପାଇଁ ଅନୁରୋଧ କରିଥିଲେ। ଏବେ ପ୍ରସାର ଭାରତୀ ଦର୍ଶକଙ୍କ ଅନୁରୋଧ ରକ୍ଷା କରିଛି।

Comments are closed.