Odisha Link
Bridging the Missing Links in Odisha

ସରପଞ୍ଚଙ୍କ ସହ କଥାହେଲେ ମୋଦି: ଇ-ଗ୍ରାମ ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଦି ଦେଶର ସରପଞ୍ଚମାନଙ୍କ ସହ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ପଞ୍ଚାୟତି ରାଜ ଦିବସରେ ଦେଶର ସମସ୍ତ ପଞ୍ଚାୟତ ମୁଖ୍ୟମାନଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ଅବସରରେ ସେ “ଇ-ଗ୍ରାମ ସ୍ବରାଜ” ପୋର୍ଟାଲ୍‌ ଓ ଆପ୍‌ର ଶୁଭାରମ୍ଭ କରିଛନ୍ତି।

ଇ-ଗ୍ରାମ୍‌ ଆପ୍‌ ପଞ୍ଚାୟତକୁ ସଶକ୍ତ କରବା ସହ ଗ୍ରାମର ଅର୍ଥନୀତି ଓ ଦେଶର ଅର୍ଥନୀତି ବଢ଼ିବାରେ ସହାୟକ ହେବ ବୋଲି ମୋଦି କହିଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀ ଆମକୁ ଆତ୍ମନିର୍ଭରଶୀୀଳ ହେବା ଶିକ୍ଷା ଦେଇଛି।

ମୋଦି କହିଛନ୍ତି- ଆତ୍ମନିର୍ଭରଶୀଳ ନହେଲେ ଅସୁବିଧା ସମୟରେ ବିପଦର ସମ୍ମୁଖୀନ ହେବା ଅସମ୍ଭବ। ଏବେ ୧ ଲକ୍ଷ ୨୫ ହଜାର ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ ଓ ଗ୍ରାମାଞ୍ଚଳରେ ୩ ଲକ୍ଷରୁ ଅଧିକ ସହଜ ସେବା କେନ୍ଦ୍ର ଖୋଲିଛି। କରୋନା ଭୂତାଣୁ ଏଭଳି ନୂଆ ଆହ୍ବାନ ଆଣିଛି ଯାହା କେବେ ବି ଦେଖାଯାଇ ନଥିଲା। ନିପଟ ମଫସଲ ଦୂର ଗାଁରେ ରହୁଥିବା ଲୋକେ ଦେଶବାସୀଙ୍କୁ ଅନୁଶାସନ ଶିଖାଇଲେ ଯାହା ସାରା ଦେଶବାସୀଙ୍କ ପାଇଁ ଆଦର୍ଶ ପାଲଟିଛି। ଭାରତ ଏବେ ଯେଭଳି କୋଭିଡ୍-୧୯ କୁ ସାମନା କରୁଛି ତାହା ସାରା ବିଶ୍ବ ପାଇଁ ଉଦାହରଣ ପଲଟିଛି। ସୀମିତ ସମ୍ବଳ ଓ ବହୁବିଧ ଅସୁବିଧା ଭିତରେ ବି ଭାଙ୍ଗି ନପଡ଼ି ଦେଶବାସୀ ଆହ୍ବାନର ସାମନା କରିଛନ୍ତି।

Comments are closed.