Odisha Link
Bridging the Missing Links in Odisha

କରୋନାରେ ଆଖି ବୁଜିଲା ୪ ମାସର ଶିଶୁ କନ୍ୟା

କୋଝିକୋଡ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ଦେଶରେ ମୃତକଙ୍କ ସଂଖ୍ୟା ୭୦୦ ଟପିଲାଣି। ଏହାରି ମଧ୍ୟରେ କରୋନା ପଜିଟିଭରେ ଆକ୍ରାନ୍ତ ହୋିଥିବା ଏକ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଗତ ଗୁରୁବାର ଶିଶୁଟିର କରୋନା ରିପୋର୍ଟ ପଜିଟିଭ ଆସିଥିବାବେଳେ ଶୁକ୍ରବାର ସେ କୋଝିକୋଡ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ଥିଲା ବୋଲି ମଲ୍ଲପରମ ଜିଲ୍ଲା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।

ନିକଟରେ ପିଲାଟି ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାକୁ ତାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିଲା। ଶେଷରେ ଗତ ୨୧ ତାରିଖରେ ତାଙ୍କୁ କୋଝିକୋଡ ମେଡିକାଲ କଲେଜକୁ ଅଣାଯାଇଥିଲା। ପିଲାଟି ଗତ ୩ମାସ ଧରି ହୃଦ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥାଇ ଘରେ ଚିକିତ୍ସିତ ହେଉଥିଲା।

ତେବେ ଶିଶୁଟି କରୋନା​‌ରେ କିପରି ଆକ୍ରାନ୍ତ ହେଲା ତାହା ଜଣାପଡ଼ିନାହିଁ। ତା’ ମା’ବାପା କିମ୍ବା କୌଣସି ସମ୍ପର୍କୀୟଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। କେରଳରେ ବର୍ତ୍ତମାନ ସୁଦ୍ଧା ୪୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୨୪ ଜଣ ସୁସ୍ଥ ହୋଇ ସାରିଲେଣି। ଅପରପକ୍ଷେ ୩ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.