Odisha Link
Bridging the Missing Links in Odisha

ସୁସ୍ଥ ହେଲେ ସୁନ୍ଦରଗଡ଼ର ଜଣେ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୩୪ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କ ଘର ସୁନ୍ଦରଗଡ଼ର ବିଶ୍ରାରେ। ଜିଲ୍ଲାରେ ମୋଟ ୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସମସ୍ତେ ସୁସ୍ଥ ହୋଇଛନ୍ତି। ଜିଲ୍ଲା ସମ୍ପୂର୍ଣ୍ଣ କରୋନାମୁକ୍ତ ହୋଇଛି।

ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୯୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ଏଯାଏଁ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଏବେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Comments are closed.