Odisha Link
Bridging the Missing Links in Odisha

ଗଞ୍ଜାମରେ ୨ ଆକ୍ରାନ୍ତ ସୁରତ ଫେରନ୍ତା, କ୍ବାରାଣ୍ଟିନ୍‌ ହୋମ୍‌ରୁ ୧୫୦ ଫେରାର

ଭୁବନେଶ୍ବର: ଗଞ୍ଜାମ କରୋନା ଆକ୍ରାନ୍ତ ଜିଲ୍ଲା ତାଲିକାରେ ସାମିଲ ହୋଇଥିବା ବେଳେ ଏଠାରେ ଚିହ୍ନଟ ୨ ଆକ୍ରାନ୍ତ ସୁରତ ଫେରନ୍ତା ଶ୍ରମିକ ବୋଲି ଜଣାପଡ଼ିଛି। ସରକାରଙ୍କ ସବୁଜ ସଂକେତ ପରେ ଏବେ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସୁରତରୁ ଓଡ଼ିଶା ଫେରୁଛନ୍ତି। ଅଧିକାଂଶ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ କରୋନା ସଂକ୍ରମଣ ନେଇ ଜିଲ୍ଲାରେ ଆଶଙ୍କା ବୃଦ୍ଧି ପାଇଛି। ଅନ୍ୟ ପଟେ ଜିଲ୍ଲାରେ ଏକ କ୍ବାରାଣ୍ଟିନ୍‌ କେନ୍ଦ୍ରରୁ ୧୫୦ ଜଣ ଅନ୍ତେବାସୀ ଫେରାର୍‌ ହୋଇ ଯାଇଛନ୍ତି।

ଫେରାର୍‌ ଶ୍ରମିକମାନେ ସମସ୍ତେ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି। ଏମାନେ ଗଞ୍ଜାମର ବେଗୁନିଆପଡ଼ା ବ୍ଲକ୍‌ରୁ ଏକ କ୍ବାରାଣ୍ଟିନ୍‌ କେନ୍ଦ୍ରରୁ ଫେରାର୍‌ ହୋଇଯାଇଛନ୍ତି। ସୁରତ୍‌ ଫେରନ୍ତାଙ୍କ ଠାରେ କେରାନା ଭୂତାଣୁ ମିଳିବା ପାରେ ଭୟରେ ସେମାନା ଯାଇଥାଆଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଘର ଠାରୁ ଦୂରରେ ରହିବାର ମାନସିକ ପୀଡ଼ା ଯୋଗୁଁ ସେମାନେ ସେଣ୍ଟର ଛାଡ଼ିଥାଇ ପାରନ୍ତି ବୋଲି କେହି କେହି ଅନୁମାନ କରୁଛନ୍ତି। ପୁଲିସ ପକ୍ଷରୁ ଫେରାର୍‌ ଶ୍ରମିକମାନଙ୍କର ସନ୍ଧାନ ଜାରି ରହିଛି।

Comments are closed.