Odisha Link
Bridging the Missing Links in Odisha

ରେଡ୍‌ ଜୋନ୍‌ରେ ଭୁବନେଶ୍ବର, ଅରେଞ୍ଜ୍‌ ଜୋନରେ ୧୧ ଜିଲ୍ଲା

ଭୁବନେଶ୍ବର: ନୂଆ ଜୋନ୍‌ ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରକାଶିତ ତାଲିକାରେ ଓଡ଼ିଶାରୁ ୩ ଜିଲ୍ଲା ଲାଲ୍‌ କ୍ଷେତ୍ର (Red Zone)ରେ ଥିବା ବେଳେ ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳକୁ ଏହି ତାଲିକାରେ ସାମିଲ କରିଛନ୍ତିି ରାଜ୍ୟ ସରକାର।

ଖୋର୍ଦ୍ଧା ଜିଲ୍ଲା ପୂର୍ବ ଭଳି ନାରଙ୍ଗୀ କ୍ଷେତ୍ର (Orange Zone)ରେ ରହିଛି। ତେବେ ରାଜ୍ୟ ସରକାରଙ୍କ ନୂଆ ଘୋଷଣା ଅନୁସାରା ଭୁବନେଶ୍ବର ସହର ରେଡ୍‌ ଜୋନ୍‌ରେ ରହିବ। ଭୁବନେଶ୍ବର ମହାନଗର ଅଞ୍ଚଳକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାର ବାକି ଅଞ୍ଚଳ ଅରେଞ୍ଜ୍‌ ଜୋନ୍‌ରେ ରହିଛି। ସେହିପରି ପୂର୍ବରୁ ୬ଟି ଅରେଞ୍ଜ୍‌ ଜୋନ୍‌ ଘୋଷଣା ହୋଇଥିବା ବେଳେ ରାଜ୍ୟ ସରକାର ଏହାର ସଂଖ୍ୟା ୧୧କୁ ବୃଦ୍ଧି କରିଛନ୍ତି। ବାକି ୧୬ ଜିଲ୍ଲା ସବୁଜ କ୍ଷେତ୍ର (Green Zone) ରେ ଅଛନ୍ତି।

ରେଡ୍‌ ଜୋନ୍‌ (୩ ଜିଲ୍ଲା ଓ ୧ ସହର): ଭଦ୍ରକ, ବାଲେଶ୍ବର, ଯାଜପୁର ଓ ଭୁବନେଶ୍ବର ମହାନଗର
ଅରେଞ୍ଜ୍‌ ଜୋନ୍‌ (୧୧ ଜିଲ୍ଲା): ଖୋର୍ଦ୍ଧା (ଭୁବନେଶ୍ବରକୁ ଛାଡ଼ି), ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢ଼େଙ୍କାନାଳ, କଳାହାଣ୍ଡି, ଗଂଜାମ
ଗ୍ରୀନ୍‌ ଜୋନ୍‌ (୧୬ ଜିଲ୍ଲା): ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ

Comments are closed.