Odisha Link
Bridging the Missing Links in Odisha

ରାତି ପାହିଲେ ଖୋଲିବ ମଦ ଦୋକାନ, ପଡ଼ିଲା ଖଡ଼ିଗାର

ଭୁବନେଶ୍ବର: ମଦ ବିକ୍ରି ଉପରେ କେନ୍ଦ୍ର ସରକାର କଟକଣା କୋହଳ କରିବା ପରେ ଆସନ୍ତାକାଲି ଠାରୁ ରାଜ୍ୟରେ ଆବଦ୍ଧାଞ୍ଚଳ ()କୁ ଛାଡ଼ି ବାକି ସମସ୍ତ ଅଞ୍ଚଳରେ ମଦ ବିକ୍ରି ଲାଗି ଅନୁମତି ମିଳିଛି। ୪୦ ଦିନର ବ୍ୟବଧାନ ପରେ ମଦ ଦୋକାନ ଖୋଲୁଥିବାରୁ ଭିଡ଼ ବଢ଼ିବା ଆଶଙ୍କା ରହିଛି। ସରକାରଙ୍କ ସାମାଜିକ ଦୂରଦ୍ବ ନିୟମକୁ ଦୃଷ୍ଟିରେ ରଖି ଦୋକାନ ସମ୍ମୁଖରେ ଗ୍ରାହକମାନେ ଠିଆ ହେବା ପାଇଁ ଖଡ଼ି ଗାରରେ ସ୍ଥାନ ଚିହ୍ନିତ ହେଉଥିବା ବେଳେ କେତେକ ଦୋକାନରେ ବାଉଁଶ ବ୍ୟାରିକେଡ୍‌ ମଧ୍ୟ ଲାଗୁଥିବାର ଦେଖିବାକୁ ମିଳିଛି।

କେବଳ ମଦ ଦୋକାନ ନୁହେଁ, ସାଲୋନ, ଚା’, ପାନ, ଗୁଟଖା ଓ ଅନ୍ୟ ଦୋକାନ ସବୁରେ ମଧ୍ୟ ସାମାଜିକ ଦୂରତା ରକ୍ଷା ନିୟମ ଯେଭଳି କଡ଼ାକଡ଼ି ପାଳନ ହୁଏ ଦୃଷ୍ଟି ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ରେଡ୍‌ ଜୋନ୍‌ରେ ସାଲୋନ୍, ସ୍ପା, ବିୟୁଟି ପାର୍ଲର ଆଦି‌ ଖୋଲିବା ଲାଗି ଅନୁମତି ନାହିଁ।

ଆଜି କେରାନା ଜନିତ ଲକ୍‌ଡାଉନ୍‌ ଶେଷହେବାକୁ ଥିବା ବେଳେ କାଲି ଠାରୁ ଆଉ ୨ ସପ୍ତାହ ଲାଗି ଏହାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।

Comments are closed.