Odisha Link
Bridging the Missing Links in Odisha

ଜୁନ୍‌ ୩୦ ଯାଏଁ ବଢ଼ିଲା ଲକ୍‌ଡାଉନ୍

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କୁ ପ୍ରତିହତ କରିବା ଦେଶରେ ଲାଗୁ ହେଲା ଲକ୍‌ଡାଉନ୍‌ ୫ । ଏଥିସହିତ ଲକ୍‌ଡାଉନ୍‌ ୫ର ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡଲାଇନ ଅନୁଯାୟୀ ଦେଶରେ ୩ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଫିଟିବ। ଜୁନ୍ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ପୂଜା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସେହିଭଳି ହୋଟେଲ, ରେସ୍ତୋରାଁ ଓ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ଆରମ୍ଭ ହେବ। ସପିଙ୍ଗ୍ ମଲ ମଧ୍ୟ ଖୋଲିପାରିବ। ତେବେ ଏହିସବୁ ସେବା ଆରମ୍ଭ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିୟମାବାଳୀ ଜାରି କରାଯିବ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ, ସେ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର, ଅଭିଭାବକ ଓ ଅନ୍ୟମାନଙ୍କ ସହ ଜୁଲାଇ ମାସରେ ଆଲୋଚନା କରି ନିଷ୍ପତ୍ତି ନେଇ ପାରିବେ। ତୃତୀୟ ପର୍ଯ୍ୟାୟରେ ଆନ୍ତର୍ଜାତିକ ବିମାନ ସେବା, ମେଟ୍ରୋ ଟ୍ରେନ୍, ସିନେମା ହଲ, ଜିମନାସିୟମ୍, ସ୍ବିମିଂ ପୁଲ, ଏଣ୍ଟରଟେନମେଣ୍ଟ, ବାର, ଅଡିଟୋରିୟମ ଆଦି ଖୋଲିବ।

ମହାମାରୀ କରେନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା ଜାରି ହୋଇଛି। ଏହାରି ମଧ୍ୟରେ ମେ ୩୧ରେ ଲକ୍‌ଡାଉନ୍‌ର ୪ର୍ଥ ପର୍ଯ୍ୟାୟ ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ଏଥିସହିତ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାର ଛାଡ଼ି ଦେିଛନ୍ତି। ଜୁଲାଇରେ ରାଜ୍ୟ ମାନେ ଏହା ଉପରେ ନିଷତ୍ତି ନେଇ ପାରିବେ।

ଦେଶରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତରର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିସହିତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗମନାଗମନ ଅନୁମତି। ଏଥିପାଇଁ କୌଣସି ପ୍ରକାର ପାସ୍‌ ଦେଖାଇବାକୁ ପଡ଼ିବ ନାହିଁ ବୋଲି ଗାଇଡଲାଇନ୍‌ରେ ଉଲ୍ଲେଖ ରହିଛି। ଏହି ସମୟରେ ପୂର୍ବପରି ସମସ୍ତ ଗତିବିଧି ଉପରେ କଟକଣା ଲାଗିବ। କେବଳ ଜରୁରିକାଳୀନ ସେବାକୁ ଏଥିରୁ ବାଦ ଦିଆଯିବ।

ଏହି ସମୟ ମଧ୍ୟରେ କେହି ବାହାରକୁ ବାହାରି ପାରିବେ ନାହିଁ। ସେହିପରି ଗାଡି ଚଳାଚଳ ଉପରେ ମଧ୍ୟ ରୋକ ଲାଗିବ। ମାଲ ପରିବହନରେ ନିୟୋଜିତ ଗାଡି ଚଳାଚଳ କରିପାରିବ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବ । ଏହାସହ ୧୪୪ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି।

Comments are closed.