Odisha Link
Bridging the Missing Links in Odisha

ରାଜ୍ୟ ବିଜେପିର ନୂଆ ଟିମ୍, କେଉଁ ନେତାଙ୍କୁ କେଉଁ ପଦବୀ

ଭୁବନେଶ୍ବର: ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା ହେଲା। ରାଜ୍ୟ ବିଜେପି ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର ମହାନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ମୋହର ମାରିଛନ୍ତି ।  ସମୀରଙ୍କ ଟିମ୍‌ରେ ୧୦ ଜଣଙ୍କୁ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ ୯ ଜଣଙ୍କୁ ରାଜ୍ୟ ବିଜେପି ସଂପାଦକ ଦାୟିତ୍ୱ ଦିଆଯାଇଛି।

ସଭାପତି : ସମୀର ମହାନ୍ତି

ଉପସଭାପତି :
ସଂଗୀତା ସିଂହଦେଓ
ଅପରାଜିତା ଷଡ଼ଙ୍ଗୀ
ବଳଭଦ୍ର ମାଝୀ
ନାଉରୀ ନାୟକ
ଭାସ୍କର ମଢେ଼ଇ
ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
ସୁକେଶୀ ଓରାମ
ଭ୍ରୁଗୁ ବକ୍ସିପାତ୍ର
ପ୍ରଭାତୀ ପରିଡ଼ା
ଅନୀତା ଶୁଭଦର୍ଶିନୀ ନାୟକ

ସାଧାରଣ ସମ୍ପାଦକ:
ରବି ନାୟକ
ପୃଥ୍ୱୀରାଜ ହରିଚନ୍ଦନ
ଗୋଲକ ମହାପାତ୍ର
ଡକ୍ଟର ଲେଖାଶ୍ରୀ ସାମନ୍ତସିଂହରାୟ
ମାନସ କୁମାର ମହାନ୍ତି (ସଂଗଠନ ସମ୍ପାଦକ)

ସମ୍ପାଦକ:
କାଳନ୍ଦୀ ସାମଲ
ଟଙ୍କଧର ତ୍ରିପାଠୀ
ଅମର ନାୟକ
ଅଭିମନୁ୍ୟ ସେଠୀ
ନବୀନ ରାମ
ସୀମାଂଚଳ ଖଟେଇ
ପିଙ୍କି ପ୍ରଧାନ
ସିପ୍ରା ବାଜପେୟୀ
ଶର୍ମିଷ୍ଠା ମେହେର
ସୁଦର୍ଶନ ଗୋଏଲ (କୋଷାଧ୍ୟକ୍ଷ)

ସେହିପରି ୧୦ ଜଣ ମୁଖପାତ୍ରଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ରାଜ୍ୟ ଅଫିସ ସଚିବ ଭାବେ ଦାୟିତ୍ୱ ସମ୍ଭାଳିବେ ଦେବେନ୍ଦ୍ର ନନ୍ଦ ।

ମୁଖପାତ୍ର:
ସୁଦୀପ୍ତ ରାୟ
ପୀତାମ୍ବର ଆଚାର୍ଯ୍ୟ
ଦିଲୀପ ମହାନ୍ତି
ସତ୍ୟବ୍ରତ ପଣ୍ଡା
ଯତୀନ ମହାନ୍ତି
ବିରଂଚି ନାରାୟଣ ତ୍ରିପାଠୀ
ଧିରେନ ଶତପଥି
ସୋନାଲି ସାହୁ
ଠାକୁର ରଣଜିତ ଦାସ
ଉମାକାନ୍ତ ପଟ୍ଟନାୟକ

Comments are closed.