Odisha Link
Bridging the Missing Links in Odisha

ସମୀରଙ୍କ ନୂଆ ଟିମ୍, ବଦଳିଲେ ୬ ମୋର୍ଚ୍ଚାର ସଭାପତି

ଭୁବନେଶ୍ବର: ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା ହେଲା। ରାଜ୍ୟ ବିଜେପି ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର ମହାନ୍ତି। ସମୀରଙ୍କ ଟିମ୍‌ରେ ୧୦ ଜଣଙ୍କୁ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ ୯ ଜଣଙ୍କୁ ରାଜ୍ୟ ବିଜେପି ସଂପାଦକ ଦାୟିତ୍ୱ ଦିଆଯାଇଛି।

ସେହିପରି ବଦଳିଲେ ୬ ମୋର୍ଚ୍ଚାର ସଭାପତି। ଇରାଶିଷ ଆଚାର୍ଯ୍ୟ ହେଲେ ଯୁବମୋର୍ଚ୍ଚା ସଭାପତି। ସ୍ମୃତି ପଟ୍ଟନାୟକ ହେଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ କୃଷକ ମୋର୍ଚ୍ଚା ଦାୟିତ୍ୱ ମିଳିଥିବା ବେଳେ ସାଂସଦ ବିଶେଶ୍ୱର ଟୁଡୁ ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି

ଦାୟିତ୍ୱ ମିଳିଛି। ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ- ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ହୋଇଥିବା ବେଳେ ସିକନ୍ଦର ଅଲ୍ଲୀ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆଯାଇଛି।

Comments are closed.