Odisha Link
Bridging the Missing Links in Odisha

ପାକିସ୍ତାନ ସେନାର ୧୦ଟି ଚେକ୍‌ ପୋଷ୍ଟକୁ ଉଡ଼ାଇଲା ଭାରତୀୟ ସେନା

ନୂଆଦିଲ୍ଲୀ: ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତ ଉଲ୍ଲଂଘନର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା। ଗତକାଲି ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁନଛ ସେକ୍ଟରରେ ଗୁଳି ବର୍ଷଣ କରିଥିଲେ ପାକିସ୍ତାନୀ ସେନା। ଏଥିରେ ପୁନଛ ସେକ୍ଟରରେ କାର୍ଯ୍ୟରତ ଯବାନ ହରଚରଣ ସିଂ ସହିଦ ହୋଇଥିଲେ।

ଏହାର ପାଲଟା ଜବାବ ଦେଇଛି ଭାରତୀୟ ସେନା। ଏଲଓସି ନିକଟ ପାକିସ୍ତାନର ୧୦ ସେନା ଚେକପୋଷ୍ଟକୁ ଧୂଳିସାତ କରିଦେଇଛନ୍ତି ଭରାତୀୟ ଯବାନ। ଭାରତୀୟ ଯବାନ ପାଲଟା ଆକ୍ରମଣ କରି ପାକ ରେଞ୍ଜର୍ସଙ୍କ ୧୦ଟି ସେନା ଚୌକିକୁ ମାଟିରେ ମିଶାଇ ଦେଇଛନ୍ତି। ଏଲଓସି ନିକଟ କହବଲିୟନ ନାଲି ସମହାନୀ ସେକ୍ଟରରେ ଥିବା ପାକ ସେନାର ବଙ୍କର ଓ ଚେକ ପୋଷ୍ଟକୁ ଟାର୍ଗେଟ କରିଥିଲେ। ଭାରତୀୟ ଯବାନଙ୍କ ଆକ୍ରମଣରେ ପାକିସ୍ତାନର ୧୦ ସେନା ଚୌକି ଧୂଳିସାତ ହୋଇଥିବା ବେଳେ ପାକ୍ ସେନାର ବହୁତ କ୍ଷତି ହୋଇଥିବା ଜାତୀୟ ଗଣମାଧ୍ୟମରେ କୁହାଯାଉଛି।

Comments are closed.