ଭଲ ଖବର: ରାଜ୍ୟରେ ୧୩ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ଆଜି ଆଉ ୪୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଟପିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ଗଞ୍ଜାମ ଜିଲ୍ଲାର ୧୩୭, କଟକ ଜିଲ୍ଲାର ୫୮, ଖୋର୍ଦ୍ଧା ଜିଲ୍ଲାର ୪୬, କୋରାପୁଟ ଜିଲ୍ଲାର ୪୧, ଯାଜପୁର ଜିଲ୍ଲାର ୩୭, କେନ୍ଦୁଝର ଜିଲ୍ଲାର ୧୪, କେନ୍ଦ୍ରାପଡା ଜିଲ୍ଲାର ୧୦, ମୟୁରଭଞ୍ଜ ଜିଲ୍ଲାର ୯, ନୟାଗଡ଼ ଜିଲ୍ଲାର ୭, ସୁନ୍ଦରଗଡ଼ ଜିଲ୍ଲାର ୭, ବରଗଡ଼ ଜିଲ୍ଲାର ୫, ଜଗତସିଂହପୁର ଜିଲ୍ଲାର ୫, ସୋନପୁର ଜିଲ୍ଲାର ୫, ଅନୁଗୁଳ, କଳାହାଣ୍ଡି ଓ ପୁରୀ ଜିଲ୍ଲାର ୪ ଜଣ ଲେଖାଏଁ, ବୌଦ୍ଧ ଜିଲ୍ଲାର ୩, ଭଦ୍ରକ ଜିଲ୍ଲାର ୨, ରାୟଗଡା ଓ ସମ୍ବଲପୁର ଜିଲ୍ଲାର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩,୩୦୯ରେ ପହଁଞ୍ଚିଛି।