Odisha Link
Bridging the Missing Links in Odisha

LACରେ ଭାରତକୁ ସୁରକ୍ଷା ଦେବ “ଭାରତ”

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ସେନା ବାହିନୀକୁ ମିଳିଛି ବଡ଼ ଶକ୍ତି। ଡିଆର୍‌ଡିଓ ଚଣ୍ଡିଗଡ଼ ଲ୍ୟାବ୍‌ ଦ୍ବାରା ଅତ୍ୟାଧୁନିକ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଏକ ଡ୍ରୋନ୍‌, ଯାହାର ନାମ ‘ଭାରତ’ ଦିଆଯାଇଛି। ଏହି ଡ୍ରୋନଟିକୁ ଆଜି ସେନାକୁ ହସ୍ତାନ୍ତର କରାଯାଇଛି। ଏଣିକି ଭାରତକୁ ଡ୍ରୋନ୍‌ ‘ଭାରତ’ ସୁରକ୍ଷା ଦେବ ଏବଂ ସୀମାରେ ଚୀନର କାର୍ଯ୍ୟକଳାପକୁ ଉଚିତ୍‌ ଭାବେ ତଦାରଖ କରିବ।

ଭାରତକୁ ସୁରକ୍ଷା ଦେବା ଭାରତୀୟ ସେନାବାହିନୀ ପକ୍ଷରୁ ସ୍ବୟଂକ୍ରିୟ ଡ୍ରୋନ୍‌ ‘ଭାରତ’କୁ ଚୀନ୍‌ ସୀମା ଏଲ୍‌ଏସିରେ ମୁତୟନ କରାଯିବ। ଡିଆର୍‌ଡିଓ ଚଣ୍ଡିଗଡ଼ ଲ୍ୟାବ୍‌ ଦ୍ବାରା ପ୍ରସ୍ତୁତି ହୋଇଛି ‘ଭାରତ’ ଡ୍ରୋନ୍‌। ଶତ୍ରୁପକ୍ଷର ରାଡାର ଡ୍ରୋନ୍‌ ‘ଭାରତ’କୁ ଠାବ କରିପାରିବନାହିଁ। ଘଞ୍ଚ ଜଙ୍ଗଲରେ ଲୁଚିଥିବା ଲୋକଙ୍କୁ ଏହି ଡ୍ରୋନ୍‌ ଠାବ କରିପାରିବା ଭଳି ଦକ୍ଷତା ରଖିଛି। ସେହିପରି ଡ୍ରୋନ୍‌ ‘ଭାରତ’ ‌ ନାଇଟ୍‌ ଭିଜନ୍‌ କ୍ଷମତା ସହିତ ଅତି ଥଣ୍ଡାରେ ବି କାମ କରିପାରିବ। ସମ୍ପ୍ରତ୍ତି ଏଲ୍‌ଏସିରେ ଲାଗି ରହିଥିବା ଛକାପଞ୍ଝାରେ ଭାରତ ଉପାଦେୟ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି।

Comments are closed.