Odisha Link
Bridging the Missing Links in Odisha

ରାଜସ୍ଥାନ ରାଜନୀତି: ପାଇଲଟ୍‌ ଓ ତାଙ୍କ ସମର୍ଥକଙ୍କୁ ଆଶ୍ବସ୍ତି, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଜୟପୁର: ରାଜସ୍ଥାନ ରାଜନୀତିରେ ରାଜନୈତିକ ସଙ୍କଟ। ଚାଲି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପାଇଲଟ୍‌ ଓ ତାଙ୍କ ସମର୍ଥକଙ୍କୁ ଆଶ୍ବସ୍ତି। ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଶ୍ଵସ୍ତି ଦେଇଛନ୍ତି। ଏହି ସମୟ ମଧ୍ୟରେ ବାଚସ୍ପତି ସି.ପି. ଜୋଶୀ ପାଇଲଟ୍‌ ଏବଂ ତାଙ୍କ ସମର୍ଥକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ହାଇକୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି।

ରାଜସ୍ଥାନ କଂଗ୍ରେସ ସରକାରରେ ପାଇଲଟ୍‌ ବିଦ୍ରୋହ ଆରମ୍ଭ କରିବା ପରେ ତାଙ୍କୁ ରାଜ୍ୟ ପିସିସି ସଭାପତି ପଦରୁ ଦଳୀୟ ହାଇକମାଣ୍ଡ ବିଦା କରିଥିଲେ। ଏହା ସହିତ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀରୁ ମଧ୍ୟ ବହିଷ୍କାର କରାଯାଇଥିଲା।

ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଏବଂ ତାଙ୍କର ୧୮ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି କଂଗ୍ରେସ ବାଚସ୍ପତିଙ୍କ ଦ୍ବାରସ୍ଥ ହୋଇଥିଲା। ଏହା ପରେ ବାଚସ୍ପତି ପାଇଲଟ୍‌ ଏବଂ ତାଙ୍କ ସମର୍ଥକମାନଙ୍କୁ ନୋଟିସ ଜାରି କରି କ’ଣ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାହାର ଜବାବ ରଖିବାକୁ ୨ଦିନ ସମୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍‌ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲା ବିଚାରାଧୀନ ଥିବାରୁ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନ ଥିଲେ। ଆଜି ମାମଲାର ଶୁଣାଣି ଶେଷ ହୋଇଥିବାବେଳେ ହାଇକୋର୍ଟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି।

Comments are closed.